STORYMIRROR

Binapani Tripathy

Romance

4  

Binapani Tripathy

Romance

ତୁମେ ଗଲା ପରେ

ତୁମେ ଗଲା ପରେ

1 min
366

ତୁମ ଗାଁ ବରଗଛ ଓହଳରେ 

ଜହ୍ନ ଯେବେ ଖେଳେ ଦୋଳି 

ଅଂଧାରିଆ ଘରେ ମୋର 

ଛାଇ ଆଲୁଅ ର ଭିଡ 

ବୋଧେ ସ୍ମୃତି ତୁମ ଜହ୍ନ ସାଜିି 

ଖେଳେ ଲୁଚକାଳି ।


ଆଉ କା' ସିନ୍ଦୁର 

ତୁମ କପାଳରେ ଝଲସିଲା ପରେ 

ଯେବେ ଯେବେ ତୁମ ଗାଁ ପୋଖରୀରେ 

ପଦ୍ମ ଫୁଟେ 

ମୋ ଆଖିର ଛଳ ଛଳ ସାତ ତାଳ

କାଚକେନ୍ଦୁ ପାଣି 

ଛବି ତୁମ ତୋଳି ଧରେ 

ରୂପ ତୁମ ଦେହ ଯାକ ଲୋଟେ  ।


ହଁ, ତୁମ ଗାଁ ଚଇତି ପବନ 

ଆସିଥିଲା ଧରି 

 ମଲ୍ଲୀ ମାାଳତୀ ର କଢି 

ତୁମ ଜୁଡା ରେ ତ,

ଆଉ କା' ଆଙ୍ଗୁଳିର ଟିପ ଚିହ୍ନ 

ମୋ ଆଙ୍ଗୁଳି ଫାଙ୍କ ରୁ 

ସେ ଓଦା କେଶ ବାସ୍ନା 

ଦେଖ! ଘରସାରା ପଡିଛି ବିଛୁଡି ।


ତୁମ ଗାଁ ଦେଉଳ ରେ 

ଯେବେ ଘଣ୍ଟି ବାଜେ, ଦୀପ ଜଳେ, ନେତ ଉଡେ 

ମୋ ମନ ମନ୍ଦିରରେ 

ଦେବୀ ରୂପେ ସଜେଇ ତୁମକୁ 

ଅଶ୍ରୁ ଅର୍ପି 

ନିତି, ପ୍ରୀତି ବାଢେ 

ଯୋଗୀ ଟେ ମୁଁ 

କେନ୍ଦରା ରେ ତୁମ ନାମ ଧରି 

ଦ୍ବାର ଦ୍ବାର ବୁୁଲୁଥାଏ 

ତୁମେ ଗଲା ପରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Binapani Tripathy

Similar oriya poem from Romance