Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binapani Tripathy

Romance

3  

Binapani Tripathy

Romance

ଆନମନା

ଆନମନା

1 min
766


ନା ନା ଆଉ ଉଛୁର କରନା

ଏ ଡଗଡଗି ରାତି ଚାଲି ଯାଉଛି 

ଆସ ! ସାଥୀ ଆସ ! ପିୟାସୀ ଉଆସ 

କାଲି କରିନେବ ଅଛି ଯା ବାକି ।


ଆଜି ଏ ରାତି ରେ ମତୁଆଲା ମନ 

ଝୁରୁଛି ଝୁଲନ୍ତା ବାହୁରେ ତୁମ 

ଭରା ପାପୁଲି ରେ ଶ୍ରୀଚନ୍ଦ୍ର ନିରେଖି 

ଚୁମନ୍ତା ଅଧର , ମୁଦା ନୟନ ।


କେଜାଣି କାଲି କି ଥିବ କି ନ ଥିବ 

ଏ ଏକାନ୍ତ ବାସ ମୋ ଠିଁ, ତୁମ ଠିଁ 

ନା ନା ଆଉ ଉଛୁର କରନା ।


ଦେଖ ! ଘଡି ମାରି ଉଇଁଲାଣି ଜହ୍ନ 

ଝରକା ସେପାଖୁ ହସି ମୁରୁକି 

ଶିରି ଶିରି ବାଆ ମିଠା ମିଠା ଆଃ

ପୀଡାରେ ଜାରିଲା ଫୁଲମତି କି  ।


କାଳେ ନିଶାନ୍ତ ରେ ଝଡି ଯାଇ ପାରେ 

ତୋଳି ନିଅନ୍ତ ନି ! ବୁକୁ ପାତି କି 

ନା ନା ଆଉ ଉଛୁର କରନା ।


ପାଦରେ ଅଳତା ଆଖିରେ କଜ୍ଜ୍ବଳ 

କପାଳରେ ନାଲି ଟୋପା 

ପ୍ରୀତି ଚନ୍ଦନର ଭୁରୁ ଭୁରୁ ଗଂଧେ 

ପଖଳା ଏ ଅଂଗ ଲତା ।


ବିରାଜ ! ବିରାଜ ! ଏ ହୃଦୟେ ଆଜ 

ବିରହେ ବିଦଗ୍ଧା ଏ ଦେବଦାସୀ 

ନା ନା ଆଉ ଉଛୁର କରନା ।


Rate this content
Log in

Similar oriya poem from Romance