ମା
ମା
1 min
248
ଆସୁନି ଲୋ ନିଦ
ଶୁଏଇ ଦେ ତୁ
କୋଳରେ ଝୁଲେଇ ଦେ
ଧୋରେ ବାଇଆ
ଗହବ ମାଣ୍ଡିଆ
ଧାଡିଏ ଶୁଣେଇ ଦେ ।
ଝାଡି ଦେ ଧୂଳି
ଜହ୍ନ ଦେ ତୋଳି
କଞ୍ଚା ହଳଦୀ ଲଗେଇ ଦେ
ଚମକି ପଡୁଛି
ଥରକୁ ଥର ଲୋ
ନଜର ଝଡେଇ ଦେ।
ଛୁଆଧରା ବାୟା
ବୁଲୁଛି ଦାଣ୍ଡରେ
ତୋ ପଣତେ ଛୁପେଇ ଦେ
ବୁଢୀ ଅସୁରୁଣୀ
ବୁଲେ ଧରି ମୁଣି
ଝିଅ ଶୋଇଲାଣି କହି ଦେ ।
ଆଜି ଜନ୍ମଦିନ
ଚନ୍ଦନ କୁଙ୍କୁମ
ନୂଆ କପଡା ପିନ୍ଧେଇ ଦେ
କରିଛୁ କି ଖିରି
ମଣ୍ଡା କି ଏଣ୍ଡୁରି
ବଳେଇ ଖୁଏଇ ଦେ ।
ସଜ ହେଲିଣି ପା
ଯିବି ରଜ ଯାତ୍ରା
ଟଙ୍କେ କି ଦି ଟଙ୍କା ଦେ
ସତ କହୁଛି ଲୋ
ସଅଳ ଫେରିବି
ହସି କି ପଠେଇ ଦେ ।
