STORYMIRROR

Priyadarshani Mahapatra

Romance Classics Inspirational

3  

Priyadarshani Mahapatra

Romance Classics Inspirational

ଆଲୋକମୟ ସ୍ପର୍ଶ

ଆଲୋକମୟ ସ୍ପର୍ଶ

1 min
294

ବିବ୍ରତ ବିମର୍ଷ ବିକୃତ ଏ ହୃଦୟ ପରିଧିରେ

କାହା ପଦଧ୍ଵନି ଶୁଣି ପଳାୟନ କଲା ମୋ ଆଳସ୍ୟ,

ସମ୍ପୂର୍ଣ୍ଣ ଜୀବନ ମୋର ହୋଇଗଲା ସ୍ତବ୍ଧ

ସତେ ଅବା ଅଟକିଗଲା ସମୟର ଗତି,

ଲୋତକ ଲୁଚାଇ ହସିବାରେ ଅଭ୍ୟସ୍ତ ନେତ୍ରଦ୍ୱୟ ପୁନର୍ବାର ଶିଖିଗଲେ କ୍ରନ୍ଦନ ।


ଆଳସ୍ୟରେ ଆସକ୍ତ ନୟନ ନିଦ୍ରାକୁ କଲା ବିସ୍ମରଣ,

ଜିହ୍ଵା ଶିଖିଗଲା ସଂଯମ,

କ୍ଷୁଧାର୍ତ୍ତ ଶରୀରରେ ବି ଖେଳିଗଲା ସକ୍ରିୟତା

ନୁହେଁ ଏହା ଶାରୀରିକ ସ୍ପର୍ଶ,

ଏହା ପବିତ୍ର ନିର୍ମଳ ଶାଶ୍ୱତ ତମଭେଦୀ

ଉଜ୍ଜ୍ୱଳ ଆଲୋକମୟ ସ୍ପର୍ଶ, ହଁ, ଆଲୋକମୟ ସ୍ପର୍ଶ ।


ନିୟୁତ ବର୍ଷର ଅନ୍ଧକାରକୁ କାହିଁ କେତେ ଦୂରକୁ ଠେଲିଦେଲା ସେ

ଦୂରତ୍ୱରେ ନିବିଡ଼ତାର ଅନୁଭବ ଅନୁଭୂତ କରାଇଲା ସେ,

ଏ ତୁଚ୍ଛ ମଣିଷର ହୀନମନ୍ୟତା ଆଜି 

ମହାନତାରେ ପରିବର୍ତ୍ତିତ ହେବାକୁ ନେଲା ସଂକଳ୍ପ ।


ନିସ୍ତେଜ ମର୍ମଶିଖା ମୋର ସାଜିଲା ପ୍ରତିବଦ୍ଧତାର ବହ୍ନି

ପ୍ରଶାନ୍ତ ରତ୍ନାକରେ ଦୃଶ୍ୟମାନ ହେଲା ଉଦବେଳିତ ଉର୍ମି,

ଶୁଷ୍କ ନେତ୍ରଧାରେ ଅଶ୍ରୁର ସୁନାମୀ,

ଆଜନ୍ମ ପ୍ରପୀଡିତ ରକ୍ତାକ୍ତ ଆତ୍ମା ଲଭିଲା ସତେ ଆତ୍ମତୃପ୍ତି,

କଣ୍ଟକର ଆଘାତରେ କ୍ଷତାକ୍ତ ପାଦ ପାଇଁ କୁସୁମ କୋମଳ ପରଶ

ସେ ଆଲୋକମୟ ସ୍ପର୍ଶରେ ଆଲୋକିତ ହେଉ ମୋର ସମ୍ପୂର୍ଣ୍ଣ ଜୀବନ ପରିଧି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance