STORYMIRROR

Priyadarshani Mahapatra

Inspirational Children

3  

Priyadarshani Mahapatra

Inspirational Children

ବିଦ୍ୟା

ବିଦ୍ୟା

1 min
372

ରବିତଳେ ବିଦ୍ୟା ସର୍ବଶ୍ରେୟଦାତ୍ରୀ

ସର୍ବାଦୌ ସେ ସମ୍ମାନୀୟା,

ବିଦ୍ୱାନ ମନୁଷ୍ୟ ବିଦ୍ୟାର ବଳରେ

ଜିଣି ପାରଇ ଦୁନିଆ ।

ବିଦ୍ୟା ଜଗତରେ ସାର,

ଜନ୍ମ ଠାରୁ ମୃତ୍ୟୁ ସାଧନା କଲେ ବି

ଅନ୍ତ ହୁଏନା ଯାହାର ।


ବିଦ୍ୟାଦାନ ଅଟେ ସର୍ବୋତ୍କୃଷ୍ଟ ସେବା

ବିଦ୍ୟାଲାଭ ଯେ ସାଧନା,

ବିଦ୍ୟାର୍ଥୀ ଜୀବନ ସୁବର୍ଣ୍ଣ ସମୟ

ସବୁ ସ୍ୱପ୍ନର ଠିକଣା ।

ଏଠାରୁ ହୁଏ ଗଣନା,

ଜୀବନର ପରିପୂର୍ଣ୍ଣତା, ସମୃଦ୍ଧି

ସାର୍ଥକତାର ପାଉଣା ।


ବିଦ୍ୟାହୀନ ଜୀବନ ଯେ ପଶୁତୁଲ୍ୟ 

ମଣିଷରେ ଗଣା ନୁହେଁ,

ସୁଖତ୍ୟାଗ କରି ବିଦ୍ୟାର୍ଜ୍ଜନ କଲେ

ଜୀବନ ସାର୍ଥକ ହୁଏ ।

ବିଦ୍ୟାର ବଳେ ମଣିଷ,

ବ୍ୟାଘ୍ର, ଭଲ୍ଲୁକ ଓ ହସ୍ତୀକୁ ନଚାଏ

କରି ଅଙ୍ଗୁଳି ନିର୍ଦ୍ଦେଶ ।


ସମସ୍ତେ ହୋଇବା ଉତ୍ତମ ବିଦ୍ୟାର୍ଥୀ

ବିଦ୍ୟା ଅର୍ଜ୍ଜନ କରିବା,

ଶିକ୍ଷକଙ୍କୁ ଦେଇ ସହୃଦ ସମ୍ମାନ

ତାଙ୍କ ଆଶିଷ ଲଭିବା ।

ସମ୍ମାନ ତେବେ ପାଇବା,

ବିଦ୍ୟାଲାଭ ଅଟେ ଅମୃତ ସମାନ

ତା ପାଇଁ ପିପାସୁ ହେବା ।


Rate this content
Log in

Similar oriya poem from Inspirational