STORYMIRROR

Priyadarshani Mahapatra

Classics Others

4  

Priyadarshani Mahapatra

Classics Others

ମୌସୁମୀର ଆଗମନେ

ମୌସୁମୀର ଆଗମନେ

1 min
388

ଶୂନ୍ୟ ନଭେ ଭାସଇ ମେଘମହ୍ଲାର

ମୌସୁମୀର ଆଗମନେ,

ଶୁଷ୍କ ତଟିନୀରେ ଉଛୁଳେ ଜୁଆର

ମୌସୁମୀର ଆଗମନେ ।


ଥୁଣ୍ଟା ଗଛେ କଅଁଳେ ନବପଲ୍ଲବ

ମୌସୁମୀର ଆଗମନେ,

ନବ ସବୁଜିମା ଅଟେ ଅଭିନବ

ମୌସୁମୀର ଆଗମନେ ।


ରୌଦ୍ରତାପର ଯନ୍ତ୍ରଣା ଲାଘବ

ମୌସୁମୀର ଆଗମନେ,

କ୍ଷେତରେ ଭରିଯାଏ ଶସ୍ୟସମ୍ପଦ

ମୌସୁମୀର ଆଗମନେ ।


ତଟିନୀ ନିର୍ଝର ହୁଏ ଜଳପୂର୍ଣ୍ଣ

ମୌସୁମୀର ଆଗମନେ,

ସବୁଜ କ୍ଷେତରେ ହସିଉଠେ ଧାନ

ମୌସୁମୀର ଆଗମନେ ।


ବାରିଦ କୋଳରେ ଖେଳଇ ଚପଳା

ମୌସୁମୀର ଆଗମନେ,

ସରସୀରେ ହର୍ଷେ ହଂସ କରେ ଖେଳା

ମୌସୁମୀର ଆଗମନେ ।


କୃଷକ ମନରେ ଅସୀମ ଆନନ୍ଦ

ମୌସୁମୀର ଆଗମନେ,

ଦେଖ ଗିରିଶୀଖେ କେକୀ ନୃତ୍ୟ ଛନ୍ଦ

ମୌସୁମୀର ଆଗମନେ ।


ଚନ୍ଦ୍ରମା ଚମକେ ଶତଗୁଣ ଘେନି

ମୌସୁମୀର ଆଗମନେ,

ଭୂଦେବୀଙ୍କ ଦୁଃଖ ଯାଏରେ ପ୍ରଶମି

ମୌସୁମୀର ଆଗମନେ ।


ବର୍ଷାରାଣୀ ଢାଳେ ଅମୃତ ସଲିଳ

ମୌସୁମୀର ଆଗମନେ,

ସମାପ୍ତ ହୋଇଯାଏ ଗ୍ରୀଷମ କାଳ

ମୌସୁମୀର ଆଗମନେ ।


ରଜ ପର୍ବ ପୁଣି ଆସେ ଧରାଧାମେ

ମୌସୁମୀର ଆଗମନେ,

ଧରିତ୍ରୀ ସଜ୍ଜିତ ହୁଅଇ କୁସୁମେ

ମୌସୁମୀର ଆଗମନେ ।


ସବୁରି ହୃଦୟେ ଆନନ୍ଦ ଉଲ୍ଲାସ

ମୌସୁମୀର ଆଗମନେ,

ସର୍ବ ଜୀବଜନ୍ତୁ ଆମୋଦେ ହରଷ

ମୌସୁମୀର ଆଗମନେ ।


साहित्याला गुण द्या
लॉग इन

Similar oriya poem from Classics