STORYMIRROR

Debabrata Mishra

Abstract Classics Inspirational

3  

Debabrata Mishra

Abstract Classics Inspirational

ଅମୃତ ମୁହୁର୍ତ୍ତ

ଅମୃତ ମୁହୁର୍ତ୍ତ

6 mins
124

ମୋ' ଦେଶ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିର ଉତ୍ସବ ପାଳନ କରୁଛି, ମା' ଭାରତୀ ଙ୍କ ଆଶିଷ ନେଇ କିଛି ଲେଖିବାର ଚେଷ୍ଟା କରୁଛି। ଆଶା କରିବି ଆପଣମାନେ ପଢିବାର କଷ୍ଟ କରିବେ ଓ ସୁଚିନ୍ତିତ ମତାମତ ଦେବେ। 


🙏🏻 ବନ୍ଦେ ମାତରମ୍🙏

🙏🏻 ବନ୍ଦେ ଉତ୍କଳ ଜନନୀ🙏


-------#ଅମୃତ_ମୁହୁର୍ତ୍ତ------

•••••••••••••••••••••••••

     

          ❣️🇮🇳❣️

ଶହଶହ ବର୍ଷ କାନ୍ଦୁଥିଲା ମାଆ ଝରାଇ ଲୁହ ଓ ଲହୁ

ଅଧମଟେ ମୁଁ କ'ଣ ବା ଲେଖିବି, ଭାରତର ଜୟହେଉ । ୧ । 


          ❣️🇮🇳❣️

କେତେ ଆକ୍ରାନ୍ତାଙ୍କ ଆକ୍ରମଣ ମୋର ଏ ଦେଶ ସହିଅଛି

ନତମସ୍ତକ ହୋଇନି କେବେ ବି ଲଢି଼ ବଳିଦାନ ଦେଇଛି। ୨ । 


          ❣️🇮🇳❣️

ଶ୍ରୀକୃଷ୍ଣ ରାମଙ୍କ ମୋ' ଦେଶ ଭାରତ ଶାସ୍ତ୍ର ଶସ୍ତ୍ର ଜାଣେ

ସବୁ ବର୍ଗ ଶକ୍ତିଶାଳୀ କେହି ବି ନିଜକୁ ଛୋଟ ନ ମଣେ। ୩ । 


          ❣️🇮🇳❣️

କଟିଛି ମସ୍ତକ ପୂର୍ବ ବୀରଙ୍କ ଯେତିକି ଅହିଂସା ସେତେ ଶକ୍ତ

ଦୁର୍ବଳ ମଣିଛି ଯିଏ ଆମକୁ ପାଇଛି ଦଣ୍ଡ ହୋଇଛି ପରାସ୍ତ। ୪ । 


          ❣️🇮🇳❣️

ସତାବନର ସଂଗ୍ରାମ ପଢ ଜାଣିବ ପରାକ୍ରମ ଭାରତ କିଏ

ଏଇଠି ପୁରୁଷ ମଙ୍ଗଳ ପାଣ୍ଡେ ଓ ନାରୀ ଲକ୍ଷ୍ମୀବାଈ ହୁଏ। ୫ । 


          ❣️🇮🇳❣️

ସାଧୁସନ୍ଥଙ୍କ ମାଟି ମୋ' ଭାରତ ତପସ୍ୟାର ବଳ ଜାଣେ 

"ବସୁଧୈବ କୁଟୁମ୍ବକମ୍" ମନ୍ତ୍ରେ ଜଗତକୁ ନିଜର ମଣେ। ୬ । 


          ❣️🇮🇳❣️

ଏଠି ନଭ-ପାତାଳ-ପାହାଡ଼-ବନ ସମସ୍ତେ ପାଆନ୍ତି ପୂଜା

ମୁଣ୍ଡ ନଇଁନି ନଇଁବନି କେବେ ଏ ମାଟି ଉଡ଼ାଇ ରାଷ୍ଟ୍ରଧ୍ୱଜା। ୭ । 


          ❣️🇮🇳❣️

ଗାନ୍ଧୀ,ସୁଭାଷ, ବଲ୍ଲଭଭାଇ, ଭଗତ ସିଂହ, ଶୂକଦେବ

ରାଜଗୁରୁ ଲାଲ୍-ବାଲ୍-ପାଲ୍ ଦେଶର ସଭିଏଁ ଗୌରବ। ୮ । 


          ❣️🇮🇳❣️

ସ୍ୱାମୀ ବିବେକାନନ୍ଦ ମହାପୁରୁଷ ଦେଖାଇଲେ ନବପଥ

ରାଷ୍ଟ୍ରଧର୍ମ ଶିକ୍ଷା ଦେଲେ ଚଲାଇ ଜ୍ଞାନର ତେଜସ୍ବୀରଥ। ୯ । 


          ❣️🇮🇳❣️

କାଶ୍ମୀରଠୁ କନ୍ଯାକୁମାରୀ ସଂଗ୍ରାମୀ ସଂଖ୍ଯା କୋଟିକୋଟିରେ

ଲୁଚିରହିଗଲେ ପୁସ୍ତକ ପଛରେ କିନ୍ତୁ ଏ ମାଟି ରଖେ ମନରେ। ୧୦ । 


          ❣️🇮🇳❣️

ସମୟ ସହିତ ବଦଳିଛି ଦେଶ ଅତୀତ ଗୌରବ ଥିଲା ଈତିହାସ

କେତେ ଆଗକୁ ଆସିଛି ଭାରତ ଶିଶୁଥିଲା ଏବେ ବଢିଛି ବୟସ। ୧୧ ।


          ❣️🇮🇳❣️

କୋଷେ କୋଷେ ବଦଳଇ ଯେ ଭାଷା ତଥାପି ରହିଛି ଏକତା

ତ୍ରିରଙ୍ଗା ପଣତ ଛାଇରେ ଆମେ ମନରେ ଆମ ଅଛି ମାନବତା। ୧୨। 


          ❣️🇮🇳❣️

ଯୁବକ ଭାରତ ସଶକ୍ତ ଭାରତ ଆତ୍ମନିର୍ଭରଶୀଳ ହେବା ପଥରେ

ଏକାଗ୍ର ଚିତ୍ତରେ କର୍ତ୍ତବ୍ଯ କରିବା ଦଳମତ, ଜାତି ନିର୍ବିଶେଷରେ।୧୩। 


          ❣️🇮🇳❣️

ଆକାଶ ଛୁଉଁଛି ସମୁଦ୍ର ପାରି ଶୀର୍ଷରେ ଆଜି ଏ ଦେଶର ନାରୀ

ଯେଉଁଠି ଦେଖିବ ତ୍ରିରଙ୍ଗା ସମ୍ମାନ ଶତ୍ରୁ ସମ୍ମୁଖେ ସୈନିକ ଭାରୀ। ୧୪। 


          ❣️🇮🇳❣️

କଳା-ସଂସ୍କୃତି-କ୍ରୀଡ଼ା-ନୈପୁଣେ ଘଟାଇ ଚାଲିଛି ଦେଶ ଉନ୍ନତି

କିଏ ନାଲି ଆଖି ଦେଖାଇବ ଯଦି ଦେଖିବ ଆମର ସେନା ଶକ୍ତି। ୧୫ । 


          ❣️🇮🇳❣️

ମାନ-ଅଭିମାନ ମତ-ଚିନ୍ତାଧାରା ଭିନ୍ନ ଏହା ହିଁ ଗଣତନ୍ତ୍ର ବୈଶିଷ୍ଟ୍ୟ

ସ୍ୱାଧୀନତାର ସ୍ୱାଦ ସଭିଏଁ ଲଭନ୍ତି ସମ୍ବିଧାନ ଆମ ଲେଖିଛି ସ୍ପଷ୍ଟ। ୧୬। 


          ❣️🇮🇳❣️

ଆସିଛି ସମସ୍ୟା ଭାରତେ ଅନେକ ସବୁ ମିଳିମିଶି କରୁ ସମାଧାନ

ରାଜନୀତି, ଅର୍ଥନୀତି, ବିଜ୍ଞାନ, ସାହିତ୍ୟ ସଭିଙ୍କୁ ମିଳେ ସମ୍ମାନ। ୧୭। 


           ❣️🇮🇳❣️

ଧିରେଧିରେ ଆମେ ହେଉଛୁ ଶିକ୍ଷିତ ଜ୍ଞାନ କୌଶଳେ ହୋଇ ଉତ୍ତମ

ସବୁ ଧର୍ମକୁ ସମ୍ମାନ ଦେବାରେ ବିଶ୍ୱରେ ଭାରତ ପରା ସର୍ବୋତ୍ତମ।୧୮। 


           ❣️🇮🇳❣️

ସଭିଙ୍କ ଭୂମିକା ରହିଛି ଏହା ସ୍ୱୀକାର୍ଯ୍ୟ ଭାରତ ଗଠନ ପାଇଁ

କେହି ବି ଏକାକୀ କରିନାହିଁ କିଛି ଭାରତ ପାଇଁ ଭାରତ ଦାୟୀ।୧୯। 


           ❣️🇮🇳❣️

କେତେ ସଂଗ୍ରାମୀ ନିଜ ଯୌବନ ତିଳତିଳ କରି ଜାଳିଛନ୍ତି ପରା

ସ୍ୱାଧୀନ ଭାରତ ସପନ ପୁରିଲା ଆଜି ହସୁଛି ମୋ' ଭାରତ ଧରା।୨୦। 


           ❣️🇮🇳❣️

ନା ତୁମେ ଥିବ ନା ଆମେ ଥିବୁ କିନ୍ତୁ ଏ ଭାରତ ସଦା ରହିଥିବ

ଲେଖି ରଖ ଆଗାମୀ ପିଢୀ ଦେଖିବ ଦେଶ ବିଶ୍ୱଗୁରୁ ସାଜିବ। ୨୧। 


           ❣️🇮🇳❣️

ଆମ ଯୁବାଙ୍କର ବୁଦ୍ଧି କୌଶଳେ ସାରା ବିଶ୍ୱ ହେଲାଣି ଆଚମ୍ବିତ

ଆମେରିକା ୟୁରୋପ ଯେତେ ମହାଦେଶ ଦିଶେ ତ୍ରିରଙ୍ଗାର ଚିତ୍ର।୨୨। 


           ❣️🇮🇳❣️

ଅନେକ ଦଳ ଆମରି ଦେଶରେ ଭିନ୍ନ ମତ ଭିନ୍ନ ଚିନ୍ତାଧାରା 

ଦେଶ କିନ୍ତୁ ଆମ ସଭିଙ୍କର ଦେହମନେ ଭାରତୀୟ ପରା। ୨୩। 


           ❣️🇮🇳❣️

କେତେ ଆସିଛନ୍ତି କେତେ ଯାଇଛନ୍ତି ଆମେ ଦିନେ ଯିବା ଚାଲି

ଏତିକି ପ୍ରତିଜ୍ଞା କରିବା ମନରେ ଦେଶ ସୁରକ୍ଷିତ ରହୁ କାଲି। ୨୪। 


           ❣️🇮🇳❣️

ଆମେ ସଚେତନ ହେବା ଆମେ ଶିକ୍ଷିତ ହେବା ଆମ ଦେଶପାଇଁ

ଭାରତ ହିଁ ଆମ ପରିଚୟ ମାଟି ମାଆ ବିନା ଆମ ଅସ୍ତିତ୍ବ ନାହିଁ।୨୫। 


           ❣️🇮🇳❣️

ରକତ ବୁହାଇ ରାତି ଦିନ ଆମ ସେନା ଆମ ପାଇଁ ଦିଏ ପହରା

ଆମର ସୁରକ୍ଷା ପାଇଁ ସର୍ବଦା ଚେଷ୍ଟିତ ସେନା ହିଁ ଆମ ସାହାରା।। ୨୬। 


           ❣️🇮🇳❣️

ଦିନପରେ ଦିନ ମାସପରେ ମାସ ବର୍ଷପରେ ବର୍ଷ ଯାଉଛି ବିତି

ମୋ' ଦେଶ ଗୌରବ ଅଛି ରହିବ କେହି କରିପାରିବେନି କ୍ଷତି।୨୭। 


           ❣️🇮🇳❣️

୭୫ ବର୍ଷ ସ୍ୱାଧୀନତାର ପାଳୁଛି ଭାରତ ଉଲ୍ଲାସେ ଆନନ୍ଦେ ଦେଖ

ଏତିକି ଶପଥ କରିବା ସମସ୍ତେ ଆଜୀବନ ରଖିବା ଦେଶ ଟେକ।୨୮। 


           ❣️🇮🇳❣️

ପୁରୁଷ, ନାରୀ ସଭିଏଁ ପଢିବେ, ଲଢିବେ କାନ୍ଧରେ କାନ୍ଧ ମିଶାଇ

ସୀମା ସୁରକ୍ଷା ଦାୟିତ୍ବ ପାଇଁ ଯୁବତୀ ଆସିଲେଣି ଶକ୍ତି ଦେଖାଇ। ୨୯। 


           ❣️🇮🇳❣️

ସବୁ ଭାଷାକୁ ସମ୍ମାନ ଏଇଠି ସବୁ ସଂସ୍କୃତିର ଆଦର ବିରଳ

ଘରେ ଘରେ ତ୍ରିରଙ୍ଗା ଉଡ଼ଇ ଦେଖ ମୋ' ଦେଶ ମନ ସରଳ। ୩୦। 


           ❣️🇮🇳❣️

ହିନ୍ଦୁ-ଇସଲାମ-ଶିଖ୍-ଇଶାଇ-ବୌଦ୍ଧ ସବୁ ଧର୍ମର ଗୋଟିଏ ମନ୍ତ୍ର

ସବୁ ମନ ଭାରତୀୟ ସବୁ ଛାତିରେ ରହୁ ତ୍ରିରଙ୍ଗା ସମ୍ମାନ ଚିତ୍ର।୩୧। 


           ❣️🇮🇳❣️

ଆଜି ବିଶ୍ୱ ପାଳୁଛି ହୋଲି, ଦୀପାବଳୀ ଆଉ ଆମ ଯୋଗ ଦିବସ

ସେ ସୁଖ ଦିନ ନିଶ୍ଚିତ ଆସିବ ମହକିବ ଆମ ହିନ୍ଦି ଭାଷା ସୁବାସ। ୩୨। 


           ❣️🇮🇳❣️

ଆମ ସଂସ୍କୃତି, ସଂସ୍କାର ସନାତନ-ଚିରନ୍ତନ ତିଳେମାତ୍ର ନାହିଁ ଭୟ

କୋଟିକୋଟି ଭାରତୀୟ ମନେ ଶକ୍ତି ହେବନାହିଁ ଜମା ଅସହାୟ।୩୩। 


           ❣️🇮🇳❣️

ବିଶ୍ୱ ବିଖ୍ଯାତ ଶାସ୍ତ୍ରୀୟ ସଙ୍ଗୀତ,ନୃତ୍ୟ ଓ ଆମ ଲୋକଗୀତ

ସାହିତ୍ୟ ଆମର ପ୍ରଗତୀ ପଥରେ, କଳା ସଦା ବିଶ୍ୱବିଦିତ। ୩୪। 


           ❣️🇮🇳❣️

ଗଙ୍ଗା-ଯମୁନାର ସଂସ୍କୃତି ଏ ଦେଶ ଆହୁରି ସଶକ୍ତ ସୁଦୃଢ଼ ହେବ

ଜାତୀୟ ଓ ରାଜ୍ଯ ରାଜପଥ ହିଁ ବିକାଶର ଗୀତ ଗାଇ ହସିବ।୩୫।


           ❣️🇮🇳❣️

ଏ ମାଟିର କଥା ଏ ମାଟିର ବ୍ୟଥା ଲେଖି କି ପାରିବି ମୁହିଁ ମୁରୁଖ

ମହାପରବର ମୁହୁର୍ତ୍ତେ ଟିକିଏ ମନ କଥା ଲେଖି ପାଇବି ମୁଁ ସୁଖ। ୩୬। 


           ❣️🇮🇳❣️

ଗୋପବନ୍ଧୁ,ଗୌରୀଶଙ୍କର, ବୀର ବକ୍ସି ଜଗବନ୍ଧୁ ଓ ବାଜି ରାଉତ

ଲକ୍ଷ୍ମଣ ନାୟକ, ବିର୍ସା ମୁଣ୍ତା,ରଘୁ-ଦିବାକର ପାଇଁ ଆମ ମହତ। ୩୭। 


          ❣️🇮🇳❣️

ବିଶାଳ ଭାରତ ଭୂଖଣ୍ଡ ଆମରି ଥିଲା ଆମରି ହୋଇ ରହିଥିବ

ଧମନୀ, ରକତେ ଅଲିଭା ରହିବ ତ୍ରିରଙ୍ଗା ଏମିତି ମନେ ଉଡିବ। ୩୮। 


          ❣️🇮🇳❣️

ଦେଶପ୍ରେମ ଅଛି ପ୍ରତିଟି ମନରେ ହିନ୍ଦୁସ୍ଥାନ ସଦା ଶୀର୍ଷେ ରହିବ

ଭାରତୀୟ ହିଁ ତ ଆମ ଶ୍ରେଷ୍ଠ ପରିଚୟ ବାକି ସବୁ ପଛେ ରହିବ। ୩୯। 


          ❣️🇮🇳❣️

ଏବେ ଏବେ ଏ ଦେଶ ଯୁବକ ହୋଇଛି ଆହୁରି ରଚିବ ଈତିହାସ

କରୁଥିଲେ ଦିନେ ଉପହାସ, ସାମର୍ଥ୍ୟ ଦେଖି ହେବେ ବେହୋସ।୪୦। 


          ❣️🇮🇳❣️

ଗୋଟିଏ ସଙ୍କଳ୍ପ ଗୋଟିଏ ଲକ୍ଷ୍ଯରେ ଆସ ମୋ' ଦେଶର ଜନତା

ତ୍ରିରଙ୍ଗା ସମ୍ମାନେ ନଇଁବାନି କେବେ ବିଶ୍ୱକୁ ଦେବା ସୁଦୃଢ଼ ବାର୍ତ୍ତା।୪୧। 


          ❣️🇮🇳❣️

କୁନୀକୁନୀ ଶିଶୁ ଫୁଲ ଆଜି କାଲି ଯେ ଦେଶର ନେବେ ନେତୃତ୍ବ

ସୁରକ୍ଷା କରିବେ ସମ୍ବିଧାନ ଆମ ଜାତୀୟ ସଂହତି ଭାବ ଭାତୃତ୍ୱ। ୪୨। 


          ❣️🇮🇳❣️

ଦୋଷକୁ ଖୋଜିଲେ ସମସ୍ତେ ତ ଦୋଷୀ କିଏ ବେଶି ପୁଣି ଅଳପ

ମତାନ୍ତର ମନାନ୍ତର ଭୁଲିକରି ଲେଖିବା ଦେଶର ଗୌରବ ଗଳ୍ପ।୪୩। 


          ❣️🇮🇳❣️

ମା' ଭାରତୀ ର ପଣତ ପ୍ରେମରେ ବାନ୍ଧି ହୋଇଅଛୁ ସଦା ରହିବା

ବିପଦ ପଡ଼ିଲେ ଯଦି ବା ଦେଶକୁ ମିଳିମିଶି ସବୁ ଆମେ ଲଢିବା। ୪୪। 


          ❣️🇮🇳❣️

କେବଳ ସରକାର ନୁହେଁ ଦାୟୀ ଦେଶର କୌଣସି ସମସ୍ୟା ପାଇଁ

ଜନତା ହୋଇ ଚୁପଚାପ୍ କାହିଁ କ'ଣ ଆମର କିଛି ଦାୟିତ୍ୱ ନାହିଁ.!୪୫। 


          ❣️🇮🇳❣️

ପ୍ରତିଟି ମଣିଷ ଅନ୍ତରୁ ଭାବିଲେ ଦେଶପାଇଁ ଜଣେ ଜଣେ ସୈନିକ

ନିଜ କ୍ଷେତ୍ରରେ ଉଦ୍ୟମ କରିବା ରଖିବା ଆମେ ଭାରତ ଟେକ। ୪୬। 


          ❣️🇮🇳❣️

ଜାତୀୟ ସଙ୍ଗୀତ, ଜାତୀୟ ପତାକା ଆମ ପାଇଁ ପରା ଶ୍ରେଷ୍ଠ ସମ୍ପଦ

ଏହାର ସୁରକ୍ଷା ଏହାର ସମ୍ମାନ ରହୁ କେବେ ନଆସୁ କିଛି ବିପଦ।୪୭। 


          ❣️🇮🇳❣️

ବନ୍ଦେ ମୋ' ଭାରତ ବନ୍ଦେ ମୋ' ଓଡ଼ିଶା ବନ୍ଦେ ମୋର ରାଷ୍ଟ୍ର ଭାଷା

ବନ୍ଦେ ମାତୃଭାଷା ଓଡ଼ିଆ ବଢିଆ ଶ୍ରୀଜଗନ୍ନାଥ ମୋର ଭରସା।୪୮। 


          ❣️🇮🇳❣️

ଦିଲ୍ଲୀ ମୋ' ଦେଶର ରାଜଧାନୀ ପରା ଭାରତକୁ ଦିଏ ପ୍ରେରଣା

ପଡିଶା ଉତରପ୍ରଦେଶ, ମଧ୍ୟପ୍ରଦେଶ, ଉତରାଖଣ୍ଡ ଓ ହରିୟାଣା।୪୯। 


          ❣️🇮🇳❣️

ଭାରତ ମସ୍ତକେ ଜାମ୍ମୁ ଓ କାଶ୍ମୀର,ଲାଦାଖ ଓ ହିମାଚଳପ୍ରଦେଶ

ଏହା ସହ ଅଛି ପଞ୍ଜାବ,ରାଜସ୍ଥାନ, ଗୋଆ ଓ ମହାରାଷ୍ଟ୍ର ଉଆସ।୫୦। 


          ❣️🇮🇳❣️

ଗୁଜୁରାଟ ସହ ଲାଗି ରହିଛନ୍ତି ଦାମନଡ଼ିଉ ଦାଦ୍ରା, ନଗର ହାବେଳି

କେରଳ,କର୍ଣ୍ଣାଟକ,ତାମିଲନାଡ଼ୁ ବ୍ଯତୀତ ଅଛି ଲାକ୍ଷାଦ୍ୱୀପ ମେଳି।୫୧। 


          ❣️🇮🇳❣️

ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ ଆଉ ଆମ ଓଡ଼ିଶା ଦେଖ

ଝାଡ଼ଖଣ୍ଡ, ବିହାର, ସିକ୍କିମ,ମେଘାଳୟ, ତ୍ରିପୁରା, ଆସାମ ଭେକ।୫୨। 


          ❣️🇮🇳❣️

ଅରୁଣାଚଳ, ନାଗାଲାଣ୍ଡ, ମିଜୋରାମ୍, ମଣିପୁର ଭାରତର ସୁନ୍ଦରତା

ସବୁ ରାଇଜର ସଂସ୍କୃତି, ଚଳଳି ଭିନ୍ନ, ଶ୍ରେଷ୍ଠ ଓ ରହିଛି ସ୍ୱତନ୍ତ୍ରତା।୫୩। 


          ❣️🇮🇳❣️

ମନ୍ଦିରମାଳିନୀ ଓଡ଼ିଶା ଅର୍କକ୍ଷେତ୍ର, ଶଙ୍ଖକ୍ଷେତ୍ର ପାଇଁ ପ୍ରସିଦ୍ଧ ଜାଣ

ପୂର୍ବ ନାମ ୟା ଉଡ଼୍ର, କଳିଙ୍ଗ, ଉତ୍କଳ ବନ୍ଦେ-ଉତ୍କଳ-ଜନନୀ ଶୁଣ।୫୪। 


          ❣️🇮🇳❣️

ସାହିତ୍ୟ, ସଙ୍ଗୀତେ ବିଶ୍ୱବିଖ୍ୟାତ ପଶ୍ଚିମବଙ୍ଗ ପ୍ରଦେଶ ଭାରତର

ହରିୟାଣା ଯୁବା କ୍ରୀଡ଼ାରେ ନିପୁଣ ସ୍ୱର୍ଣ୍ଣପଦକ ସେଠି ଭରପୂର। ୫୫। 


          ❣️🇮🇳❣️

ବିହାର ରାଇଜ ମୋ' ତିଆରି କରିଛି କେତେ ଦକ୍ଷ ଜ୍ଞାନୀ ପ୍ରଶାସକ

ଉତରପ୍ରଦେଶୁ ଜନ୍ମ ନେଇଛନ୍ତି ଶହଶହ ଦେଶ ପାଇଁ ସୁଶାସକ।୫୬। 


          ❣️🇮🇳❣️

କେରଳ, ଆନ୍ଧ୍ର ଭାରତ ଦେଶକୁ ଦେଇଛି କେତେ କେତେ ବୈଜ୍ଞାନିକ

ଆସାମ, ପଞ୍ଜାବ, ହରିୟାଣା ଦିଏ ଦେଶକୁ ସଶକ୍ତ ସେନା କୃଷକ।


         

ମହାରାଷ୍ଟ୍ର ଓ ତାମିଲନାଡ଼ୁର ଚଳଚ୍ଚିତ୍ର କେତେ ଶକ୍ତିଶାଳୀ ବାର୍ତ୍ତା ଦିଏ ବୀରତା ରକ୍ତେ ପ୍ରତି ମରାଠୀର ଦେଶରକ୍ଷା ପାଇଁ ପ୍ରସ୍ତୁତ ଥାଏ।


         

ଦକ୍ଷିଣ ଭାରତେ ଯେତେସବୁ ରାଜ୍ଯ ସଂସ୍କୃତ ଭାଷାର କେତେ ଆଦର

ମନ୍ତ୍ର ଉଚ୍ଚାରଣେ ପ୍ରକମ୍ପିତ ହେବ ପବିତ୍ର ପ୍ରାଙ୍ଗଣ ସାରା ଭାରତର।


          

ଉତ୍ତରାଖଣ୍ଡ ନାମ ପ୍ରାକୃତିକ ପରିବେଶ ଶିବାଳୟ ଦେବାଳୟ ପାଇଁ

ସେଠାକୁ ଯେ ଯିବ ଆତ୍ମା ପୁରିଯିବ ଫେରିବାକୁ ଇଛା ହେବନାହିଁ।


         

କାଶ୍ମୀର ରାଇଜ ଭାରତ ଭୂସ୍ୱର୍ଗ ଅପରୂପ ତାର ମନୋରମ ଦୃଶ୍ଯ

ସଂଘର୍ଷ କରୁଛି ତଥାପି ଏବେ ବି ଲାଗେ ଆମକୁ କରେ ଉପହାସ।


         

ରାଜସ୍ଥାନ ରାଇଜର ରାଜକୀୟ କଥା, ଗାଥା ଓ ପରମ୍ପରା ଶ୍ରେଷ୍ଠ

ଐତିହାସିକ କୀର୍ତ୍ତିରାଜି ରେ ଦୂର୍ଗର ସୌନ୍ଦର୍ଯ୍ୟ ହୁଏ ପରିଦୃଷ୍ଟ।


        

ଛତିଶଗଡ଼ର ରତ୍ନପଥର ମହାଶକ୍ତି ଯୋଗାଏ ମୋ' ଭାରତ ପାଇଁ

 ଝାଡ଼ଖଣ୍ଡର ଆଦିବାସୀ କଳା ସଂସ୍କୃତି ସାରା ଜଗତରେ ନାହିଁ।


        

କ'ଣ ବା ଲେଖିବି ମୋ' ଦେଶ ପାଇଁ ମଣିଷଟେ ମୁହିଁ ଅତି ସାଧାରଣ

ଏତିକି କହିବି ବୁଦ୍ଧିଜୀବି ଲେଖ ଯେତେ ପାରୁଛ ଭାରତର ଗୁଣ।


         

ଭଲମନ୍ଦ ପରା ଲାଗି ରହିଥିବ ବ୍ୟକ୍ତି ଛାଡ଼ି ଆମେ ରାଷ୍ଟ୍ର ଦେଖିବା

ସୀମାର ସୁରକ୍ଷା ଦିଅନ୍ତି ସୈନିକ ଅନ୍ତଦେଶ କଥା ଆମେ ବୁଝିବା ।


       

ଚାହୁଁ ଚାହୁଁ ଦେଖ ବିତିଗଲା ଦିନ ଆଜି ପୁରିଗଲା ପଞ୍ଚସ୍ତରୀ ବରଷ

ଜନମଙ୍ଗଳ ଏ ଭାରତ ରାଷ୍ଟ୍ରରେ ପ୍ରତି ମନେ ଅଛି ଭକ୍ତି ସାହସ।


       

ଏ ମାଟିର ବାସ୍ନା ଏ ତ୍ରିରଙ୍ଗା ରଙ୍ଗ ଦେହରେ ମନରେ ଦେବା ବୋଳି

ଦେଶକୁ ଆଗକୁ ନେବା ପାଇଁ ଆମେ ନିଜ ମଧ୍ଯରେ ନକରି କଳି।


       

ଶିଶୁମାନେ ଆମ ଓ ଯୁବ ଯୁବତୀ ଦେଶପ୍ରେମେ ହୁଅ ସଭିଏଁ ଏକ

ନିଜର ଜ୍ଞାନକୁ ଆଗକୁ ବଢାଅ ସଂଗ୍ରାମୀ ସଂଘର୍ଷ ମନରେ ରଖ।


      

ଯେତେ ଜରୁରୀ ଗଣିତ ବିଜ୍ଞାନ ସେତେ ଜରୁରୀ ଭୂଗୋଳ ଇତିହାସ 

ସାହିତ୍ୟ କଳାକୁ ଭୁଲିବା ନାହିଁରେ ସଂସ୍କୃତି ଆମ ସ୍ୱତନ୍ତ୍ର ସୁବାସ।


      

ସହଯୋଗିତା ର ସ୍ୱଭାବେ ବଞ୍ଚିବା ଶିକ୍ଷା ଓ ସଚେତ ସଭିଙ୍କୁ କରି

ସ୍ୱଚ୍ଛ ପରିବେଶ ସ୍ୱଛ ମନରେ ଦେଶ ଆଗେଇବ ସମସ୍ତଙ୍କୁ ଧରି।


      

ଶିଶୁ, ଯିବା, ବୁଢା,ପୁରୁଷ କି ନାରୀ କ୍ଷମ କି ଦିବ୍ୟାଙ୍ଗ ଅବା କିନ୍ନର

ସଭିଏଁ ଆମର ଭାଇ ଭଉଣୀ ରେ ସବୁରି ମନେ ଚିତ୍ର ଭାରତର।


       

କେବଳ ରୂପରେ ରଙ୍ଗରେ ନଯାଇ ଦେଖିବା ଚାଲ ମଣିଷ ଗୁଣ

ପରିବେଶ,ଜୀବଜନ୍ତୁ ଯେତେ ସମସ୍ତଙ୍କ ମୂଲ୍ଯବାନ ଅଟେ ପ୍ରାଣ।


       

ନାରୀର ସମ୍ମାନ ଯେତିକି ଜରୁରୀ ସେତିକି ଜରୁରୀ ପୁରୁଷ ମାନ

ମଣିଷତ୍ୱ ରହୁ ସବୁ ମନେ ଏଠି ଏହା ହିଁ ସବୁଠୁ ବଡ଼ କଥା ଜାଣ।


      

ପ୍ରଶ୍ନ କରିଚାଲ ନିଜକୁ ଭାଇରେ ଦେଶପାଇଁ ଆମେ ଦେଇଛୁ କ'ଣ?

ଦେଶକୁ ମାଗିବା ପୂର୍ବରୁ କୁହ ଦେଶ ପାଇଁ ଆମ ରହିଛି ପ୍ରାଣ।


      

ଯାହା ଏ ମନରେ ଆସିଛି ଲେଖିଲି ମନରେ ମୋହର ଅଳପ ଜ୍ଞାନ

ଏତିକି କହିବି ପ୍ରତିଟି କ୍ଷଣରେ ନିଜ ସହ ରଖ ନିଜ ଦେଶର ମାନ।



Rate this content
Log in

Similar oriya poem from Abstract