STORYMIRROR

Kalpana Kumari Pradhan

Classics

4  

Kalpana Kumari Pradhan

Classics

କଳା ସାମନ୍ତ

କଳା ସାମନ୍ତ

1 min
262


ଅନାଥ ର ନାଥ ହେ କଳା ସାଆନ୍ତେ 
ଶୁଣ ବାରେ ଗୁହାରି 
ମାଡି ଆସେ ଘୋର ତମସା ରଜନୀ 
 ଅମୃତ ସୃଷ୍ଟିକୁ ତୁମରି..
ମନୁଷ୍ୟ ସାଜିଛି ଏଠି ନିଜର ବଇରୀ 
ମଣିଷତ୍ୱ ଯାଇଛି ହଜି 
ବିଭତ୍ସ ଭାବେ ଖେଳେ ରକତ ହୋଲି 
ଧରିତ୍ରୀ ଗଲାଣି ଭିଜି....
ଯୁଦ୍ଧ ବିଭୀଷିକା ଛାତି କୁ ଥରାଏ 
ଭୟଭୀତ ସକଳ ପ୍ରାଣ 
କାଳର କରାଳ ମୁଖେ ସର୍ବ ଗ୍ରାସିବ 
ଉଦ୍ଧାର ଜଗତ ତ୍ରାଣ...
ତୁମ ଭୁଜ ଛାଇ ତଳେ ଏ ସଂସାର 
ହସୁ ଥାଉ ସର୍ବକାଳେ
ତୁମ ନାମ ଏକା ବିପଦେ ସଖା 
ରଟୁଥିବି ସଦା ଅବହେଳେ... 🙏


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics