STORYMIRROR

Kalpana Kumari Pradhan

Fantasy Others

4  

Kalpana Kumari Pradhan

Fantasy Others

କବିତା ଗୋ ତୁମେ

କବିତା ଗୋ ତୁମେ

1 min
46


କବିତା ଗୋ ତୁମେ...
କେବେ ପ୍ରଣୟ ର ମିଠା ବାସ୍ନା 
ପ୍ରେମିକ ମନରେ ପୂର୍ଣ୍ଣିମା ରାତିର 
ଭିଜା ଭିଜା ସେ ଜ୍ୟୋସ୍ନା 
ପ୍ରଣୟୀ ପଲକେ ସାଜ 
ତୁମେ କେବେ ମୃଗତୃଷ୍ଣା....
ପ୍ରୀତି ପାରାବାର ମଧୁର ସାଗର
ତୀରେ ରୂପସୀ କନ୍ୟା
 ନିର୍ଝରିଣୀ ହୋଇ ଝରି ଝରି ଯାଅ
ଭାବନା ସୁଅର କର ବନ୍ୟା..
କବିତା ଗୋ ତୁମେ..
ନିର୍ଜୀବ ପରାଣ କର ପ୍ରାଣବନ୍ତ 
ଦେଇ କୁହୁକ ସ୍ପର୍ଶ
ଚପଳ ଶିଶୁ ଓଠ ଧାରେ ତୁମେ
ଚୁନା ଚୁନା ହସ...
ସୌନ୍ଦର୍ଯ୍ୟ ଭରା ଗିରି ବନ ଲତା
କୁସୁମେ ମଧୁର ରସ
ଅଦ୍ଭୁତ ସୃଷ୍ଟି, ସ୍ରଷ୍ଟା ଙ୍କ ଅଭେଦ୍ୟ
ଭେଦ କରି ବିନ୍ୟାସ..
ବିଭୁ ଚେତନା ରେ ଗୁଞ୍ଜରିତ
ତୁମେ ବିମୁଗ୍ଧ ପ୍ରତ୍ୟୁଷ..
କବିତା ଗୋ ତୁମେ
ନିଦାଘ ଗ୍ରୀଷ୍ମେ ପ୍ରବାହିତ ଉଷ୍ମ
ଝାଞ୍ଜିର ଦାରୁଣ ବାଆ
ପୁଣି ତୁମେ ଧରା ପ୍ଲାବିନୀ ବର୍ଷାର
ଶୀତଳ ଭରା ଛୁଆଁ
ଶରତ ଆସନ୍ତେ ନିର୍ମଳ ଗଗନ
କେଡେ ମନଲୋଭା ଶୋଭା...
ସଂସ୍କୃତି, ପରମ୍ପରାର ଅପୂର୍ବ ସମନ୍ୱୟ
ହେମନ୍ତେ ଘଟଇ ପରା
ଶୀତ ସକାଳ ସଞ୍ଜେ ତୁମେ
ଶିଶିର ସ୍ନିଗ୍ଧ ଧରା..
ବସନ୍ତେ ମଳୟ କେବେ ଗୋ ତୁମେ
ପ୍ରଣୟ ର କାକଳି ପରା..
କବିତା ଗୋ ତୁମେ
କଳ୍ପନା ରାଇଜେ ଉଡ଼ିବୁଲ ସୁଖେ
ଗଢି ସ୍ୱପ୍ନ ର ସୌଧ
ବାସ୍ତବତା ର ପ୍ରହାରେ କ୍ଷତାକ୍ତ
ଜୀବନ ଜଞ୍ଜାଳେ ରୁଦ୍ଧ
ଲେଖନୀ ମୁନରୁ ଝରି ଆସ ତୁମେ
ହୋଇ ନିଶବ୍ଦ ର ଶବ୍ଦ
କବି ମାନସର ମାନସୀ କନ୍ୟା ଗୋ
କରିଛ ସଭିଙ୍କୁ ମୁଗ୍ଧ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy