Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabodha Chandra Mudra

Fantasy Inspirational

4  

Prabodha Chandra Mudra

Fantasy Inspirational

ଶିକ୍ଷାର ସାଂପ୍ରତିକ ସ୍ଥିତି

ଶିକ୍ଷାର ସାଂପ୍ରତିକ ସ୍ଥିତି

2 mins
705


ପୂତ ଆର୍ଯ୍ୟାବର୍ତ୍ତ       ମୋ ପ୍ରିୟ ଭାରତ

       ବିଶ୍ବରେ ଚିର ବନ୍ଦିତ ।

ଜ୍ଞାନଗୁରୁ ରୂପେ        ହୋଇ ଅଗ୍ରପୂଜ୍ୟ

       ସର୍ବ ଯଶେ ବିମଣ୍ଡିତ ।୧।


ବେଦ ଓ ବେଦାନ୍ତ       ଦର୍ଶନାଦି ଶାସ୍ତ୍ର

       ପୁରାଣର ବହୁ ଗ୍ରନ୍ଥ ।

ମହାଭାରତ ଓ         ରାମାୟଣ କଥା

     ଜଗତେ ହୋଇଲା ଖ୍ୟାତ ।୨।


ଚତୁର୍ଦ୍ଦଶ ବିଦ୍ୟା        ବହୁ ନୀତିଶିକ୍ଷା

       ବିତରି ସାରା ବିଶ୍ବରେ ।

ଗୀତା ରସାମୃତେ       ସୁଧା ଭାଗବତେ

    ପୂଜ୍ୟ ହେଲା ଏମହୀରେ ।୩।


ଜ୍ଞାନ-ବିଜ୍ଞାନରେ        ହୋଇ ମହାଣ୍ଡବ

      ସର୍ବ ଗୁଣେ ଗରୀୟାନ ।

ବସୁଧୈବ କୁଟୁ        -ମ୍ବକ ମହାମନ୍ତ୍ରେ

      ଭାରତ ହେଲା ମହାନ ।୪।


ସାହିତ୍ୟ-ସଙ୍ଗୀତ        ବିବିଧ କଳାରେ

      ହୋଇ ସଦା ଉଦ୍ଭାସିତ ।

ପତଞ୍ଜଳି ଯୋଗ       ଆୟୁର୍ବେଦ ତତ୍ତ୍ବ

     ଅର୍ଥଶାସ୍ତେ ଯେ ସୁଖ୍ୟାତ ।୫।


ପ୍ରାଚୀନ ବୈଦିକ        ଗୁରୁକୁଳ ଶିକ୍ଷା

       ଭାରତେ ଥିଲା ମହତ ।

ଗୁରୁ-ଶିଷ୍ୟଙ୍କର         ନୀବିଡ଼ ସଂପର୍କ

      ରହିଥୁଲା ଯେ ଅତୁଟ ।୬।


ଗୁରୁଙ୍କ ସେବାରେ      ହୋଇ ଯତ୍ନବାନ

       ଲଭିଥିଲେ ଦିବ୍ଯଜ୍ଞାନ ।

ମାତୃ-ପିତୃ ଦେବ      ଆଚାର୍ଯ୍ୟ ଦେବଙ୍କୁ    

      ଭାବୁଥୁଲେ ଭଗବାନ ।୭।


ଆଧ୍ୟାତ୍ମିକ ଜ୍ଞାନ         ସଦାଚାର ଶିକ୍ଷା

       ସମାଜ ସଂସ୍କାର ଶିକ୍ଷା ।

ରାଜନୀତି ସହ         ନୀତି ଓ ଆଦର୍ଶ

      ସମାବର୍ତ୍ତନର ଦୀକ୍ଷା ।୮।


ସତ୍ୟ-ଧର୍ମ-ନ୍ୟାୟ        ଅହିଂସା ବ୍ରତର

       ପାଉଥିଲେ ସଦଜ୍ଞାନ ।

ଜୀବନାଦର୍ଶର         ମହାମନ୍ତ୍ରୈ ପୁଣ

      ବିଶ୍ବ ଲଭିଲେ ସମ୍ମାନ ।୯।


ରାଷ୍ଟ୍ର ହିତଚିନ୍ତା        ବିଶ୍ବ କଲ୍ୟାଣକୁ

       କରି ପୁଣ୍ୟମୟ ବ୍ରତ ।

ବିଶ୍ବ ଦରବାରେ        ଭାରତର ଖ୍ୟାତି

     ସ୍ଥାପିଲେ ସୁଯୋଗ୍ୟ ସୁତ |୧୦|


ବୈଦେଶିକମାନେ      ପାଶ୍ଚାତ୍ୟରୁ ଆସି

     ତକ୍ଷଶିଳା-ନାଳନ୍ଦାରେ ।

ଉଚ୍ଚଶିକ୍ଷା ସହ        ଗବେଷଣା ଦ୍ବାରା

   ବିଦ୍ବାନ ହେଲେ ଅଚିରେ ।୧୧।


ଭାରତ ବର୍ଷର         ସାଂପ୍ରତିକ ସ୍ଥିତି

     ଅଟେ ଅତି ଦୟନୀୟ ।

ନୈତିକ ଶିକ୍ଷାର       ହେଲା ଅଧୋଗତି

      ଚାରିତ୍ରିକ ଅବକ୍ଷୟ ।୧୨।


ଇଂରାଜୀ ଶିକ୍ଷାକୁ        କଲେ ଆପଣାର

       ଭୁଲିଗଲେ ମାତୃଭାଷା |

ସର୍ବେ ବୋଲାଇଲେ      ବାବୁ ଓ ସାହେବ

      ଇଂରାଜୀକୁ କରି ପେଶା ।୧୩।


ଆପଣା ସଂସ୍କୃତି         ଐତିହ୍ୟକୁ ଭୁଲି

       କରିଲେ ସ୍ବଧର୍ମ ନାଶ ।

ପରଧର୍ମ ଭୟା         ବହ ଜାଣି ସୁଦ୍ଧା

     ହୋଇଲେ ତାହାର ବଶ ।୧୪।


ଶିକ୍ଷାର ବିକାଶ         ନିମନ୍ତେ ସ୍ଥାପନ

      ହେଲା ବହୁ ବିଦ୍ୟାଳୟ ।

ବିବିଧ ଶିକ୍ଷାର       ଯୋଜନାରେ ଛନ୍ଦି

     ଶିକ୍ଷା ହେଲା ବିପର୍ଯ୍ୟୟ ।୧୫।


ବିଦ୍ୟାର ଅଭାବେ      ବିଦ୍ୟାର୍ଥୀଙ୍କ ସ୍ଥିତି

       ଅଧୁନା ଯେ ସର୍ବଶୂନ୍ୟ ।

ଜ୍ଞାନ ହୀନ ନର        ଦାନବ ସ୍ବଭାବେ

     ହେଉଥାନ୍ତି ହୀନମନ୍ୟ।୧୬।


ପ୍ରାଥମିକ ଠାରୁ         ବିଶ୍ବବିଦ୍ୟାଳୟ 

       ଶିକ୍ଷା ଅଟେ ପ୍ରହସନ ।

ଅର୍ଥ ସର୍ବସ୍ବ ଯେ        ଶିକ୍ଷାର ବ୍ୟବସ୍ଥା

     ଜ୍ଞାନେ ନାହିଁ ପ୍ରୟୋଜନ ।୧୭ |


ଆନନ୍ଦମୟ ଓ         କଳାପଟା ଶିକ୍ଷା

       ସର୍ବ ଶିକ୍ଷା ଅଭିଯାନ ।

ଉଚ୍ଚ ବିଦ୍ୟାଳୟ         ରାଷ୍ଟ୍ର-ମାଧ୍ଯମିକ

      ଶିକ୍ଷା ହେଲା ପ୍ରଚଳନ ।୧୮।


ପୁଷ୍ଟିକର ଖାଦ୍ୟ        ପୋଷାକ-ପୁସ୍ତକ

       ଔଷଧ-ପାଦୁକାମାନ ।

ନୃତ୍ୟ ଗୀତ ସହ        ଶିକ୍ଷକ-ଶିକ୍ଷିକା

      ଛାତ୍ରେ କରି ଶିକ୍ଷା ଦାନ ।୧୯।


ତଥାପି ପ୍ରଶିକ୍ଷଣେ        ବୌଦ୍ଧିକ ବିକାଶ

       ନ ହୋଇଲା କଦାଚନ ।

ଅକ୍ଷର ବିହୀନ        ଭାଷା ଜ୍ଞାନ ଶୂନ୍ୟ

      ନାହିଁ ସାଧାରଣ ଜ୍ଞାନ ।୨୦।


ଦଣ୍ଡ ମୁକ୍ତ ସହ         ଭେଦଭାବ ଶୂନ୍ଯ

      ନୀତି ହେଲା ପ୍ରଚଳନ ।

ଉଜ୍ଜ୍ବଳ-ଉତ୍ଥାନ         ଉନ୍ମେଷ-ସାମର୍ଥ୍ୟ

      ପ୍ରଶିକ୍ଷଣେ ଯେ ନିପୁଣ ।୨୧।


ଦିଗହରା ଆଜି         ଶିକ୍ଷାର ଅବସ୍ଥା 

      ନୈତିକତାର ସ୍ଖଳନ ।

କାହିଁକି-କେମିତି        ଆଜିର ଏ ଶିକ୍ଷା

     ଅଟେ ଅନ୍ତଃସାର ଶୂନ୍ୟ |୨୨|


ଆହେ ଶିକ୍ଷାବିଦ         ଶାସ୍ତ୍ର ବିଶାରଦ

       ବୁଦ୍ଧିଜୀବୀ ଜ୍ଞାନୀ ବୃନ୍ଦ ।

ସମସ୍ତଙ୍କୁ ମୋର         ଭକ୍ତି ନିବେଦନ

       କରନ୍ତୁ ଶିକ୍ଷା ଉନ୍ନତ ।୨୩।


ଭଗୀରଥ ସମ        ବିଦ୍ୟା ଜାହ୍ନବୀକୁ       

      ମର୍ତ୍ତ୍ଯେ କରି ପ୍ରବାହିତ ।

ଜ୍ଞାନଗଙ୍ଗା ନୀରେ       ହୋଇଣ ପାବନ

      ହୁଅନ୍ତୁ ସରବେ ମୁକ୍ତ ।୨୪।


ଆଧୁନିକ ଶିକ୍ଷା        ନ ହେଉ କେବଳ

       ଅର୍ଥାର୍ଜନର-ମାଧ୍ୟମ ।

ସଦାଚାର ସହ         ନୈତିକ ଜ୍ଞାନର

    ଶିକ୍ଷା ହେଉ ସର୍ବୋତ୍ତମ ।୨୫।


ଜ୍ଞାନ-ବିଜ୍ଞାନରେ        ହେଉ ଉଦ୍ଦୀପିତ

      ମୋ ପ୍ରିୟ ଦେଶ ଭାରତ ।

ଜ୍ଞାନଗୁରୁ ସାଜି         ବିଶ୍ବକଲ୍ଯାଣରେ 

     ହେଉ ପୁଣି ଶାନ୍ତିଦୂତ ।୨୬।


 ଜାତୀୟ ନୂତନ         ଶିକ୍ଷା ନିୟମଟି

      ରାଷ୍ଟ୍ରେ ହେଲେ କାର୍ଯ୍ଯକ୍ଷମ ।

ଏକ ଶିକ୍ଷା ଏକ        ରାଷ୍ଟ୍ର ବ୍ଯବସ୍ଥା

       ନିଶ୍ଚେ ହେବ ସୁସମ୍ପନ୍ନ ।୨୭।



Rate this content
Log in

Similar oriya poem from Fantasy