ଏ ମାଟିର ଏକ ଅଗ୍ନିଶିଖା
ଏ ମାଟିର ଏକ ଅଗ୍ନିଶିଖା


ଦେଶର ସ୍ୱରାଜ ପାଇଁ ଲଢ଼ିଥିଲେ
ସତେ କି ଅଗ୍ନି ଶିଖା,
ଯୁବକ ପ୍ରାଣରେ ନେଇଥିଲେ ସିଏ
ଦେଶ ପ୍ରୀତିର ଦୀକ୍ଷା |
ତାରୁଣ୍ୟ ତାଙ୍କର ଚେଇଁ ଉଠିଥିଲା
ଦୁର୍ବାର ଥିଲା ଗତି,
ଅହିଂସାରେ ତାଙ୍କ ବିଶ୍ୱାସ ନଥିଲା
ପ୍ରତିହିଂସାର ମତି |
ସ୍ୱାଧୀନତା କେବେ ଭିକ୍ଷାରେ ମିଳେନା
ଥିଲା ଯେ ତାଙ୍କ ମତ,
ପ୍ରତି ମଣିଷର ଅଧିକାର ତାହା
ବାସ୍ତବ ଜନ୍ମଗତ |
ପଞ୍ଜାବ ମାଟିରେ ହୋଇଥିଲେ ଜନ୍ମ
ବlଲ୍ୟୁ ସ୍ୱାଧୀନଚେତା,
ଇଂରେଜ ମାନଙ୍କ ଅନ୍ୟାୟ ଶାସନେ
ଜାଗିଲା ପ୍ରତିହିଂସା |
ଉଣେଇଶି ଶହ ସାତ ମସିହା ଯେ
ତାଙ୍କ ଜନ୍ମର ବର୍ଷ,
ସେପ୍ଟେମ୍ବର ମାସ ସତlଇଶି ଦିନ
ହୋଇଥିଲେ ଭୂମିଷ୍ଠ |
ମାତା ବିଦ୍ୟାବନ୍ତୀ ପିତାଙ୍କର ନାମ
କିସାନ ସିଂହ ସାଧୁ,
ସାତ ସନ୍ତାନରେ ଦ୍ଵି
ତୀୟ ଥିଲେ ସେ
ଭଗତ ସିଂହ ସାଧୁ |
ହତ୍ୟା ଅପରାଧ କରିଥିଲେ ସିଏ
ଦେଶ ସ୍ୱାଧୀନତା ପାଇଁ,
ଦେଶର ଶତ୍ରୁକୁ ହତ୍ୟା କଲେ ତାହା
ଅପରାଧ ହୁଏ ନାହିଁ |
ଇଂରେଜ ଶାସକ ଫାଶୀଦଣ୍ଡ ଦେଲେ
ଦେଖିଲେ ନେତୃଗଣ,
ପ୍ରତିବାଦ କାହା ତୁଣ୍ଡରେ ନଥିଲା
ଥିଲା ଭିକ୍ଷୁକ ମନ |
ସମାଜବାଦର ସ୍ବପ୍ନ ଦେଖିଥିଲେ
ସପନ ଭାଙ୍ଗିଗଲା,
ସହିଦ ହେଲେସେ ଦେଶ ମାତୃକାର
ଦୀପ ଟେ ଲିଭିଥିଲା |
ଉଣେଇଶି ଶହ ଏକତିରିଶି ର
ମାର୍ଚ୍ଚ ମାସ ତେଇଶି,
ଭଗତ ସିଂହ ଯେ ଲାହୋର ଜେଲ ରେ
ବରିଲେ ହସି ଫାଶୀ |
ଭାରତେ ପାଳିତ ସହିଦ ଦିବସ
ତାଙ୍କର ମୃତ୍ୟୁ ଦିନ,
ପ୍ରତି ଭାରତୀୟ ସ୍ମୃତି ରୋମନ୍ଥନ
କରି ଢାଳେ ସମ୍ମାନ |