ଦ୍ଵାବିଂଶ ଶତାବ୍ଦୀୟ ଜଣାଣ
ଦ୍ଵାବିଂଶ ଶତାବ୍ଦୀୟ ଜଣାଣ


ପୁରୁଣା ବରଷ ନେଉଛି ମେଲାଣି ନୂଆକୁ ଡାକୁଛି ହାତ ଠାରି,
କୋଳେଇ ନିଅହେ ଧରଣୀବାସୀଙ୍କୁ ଝରାଇ ଆଖିରୁ ଆନନ୍ଦବାରି ।
ମାଗୁନାହୁଁ ତୁମକୁ ଧନ ଜନ କିଛି ମାଗୁଛୁ କେବଳ ସ୍ୱାସ୍ଥ୍ୟ ସମୃଦ୍ଧି
ସତ୍ୟ ଶାନ୍ତି ଦୟା କ୍ଷମାର ରାଜୁତି ସାମାଜିକ ଚଳଣି ସୁବୁଦ୍ଧି l
ଆତତାୟୀ ପରି ଜୀଇବାକୁ ଆମକୁ କେବେ କରନାହିଁ ବାଧ୍ୟ
ସମାଜ କଲ୍ୟାଣେ ବ୍ରତୀ କର ଆମକୁ ସାଧିବାକୁ ଅସାଧ୍ୟ ସାଧ୍ୟ l
ସାହାଯ୍ୟ କର ଆମକୁ ଲୋପ କରିବାକୁ ବିଶ୍ୟୁ ଅରାଜକତା
ସୁଶୃଙ୍ଖଳ ସମାଜ ଗଠନେ ପ୍ରଦର୍ଶନ କରୁ ଛାଡ଼ି ଆମ ଭୀରୁତାl
ଭାରତମାତା ଆଜି ଖୋଜୁଛି ତାର ଏକ ଯୋଗ୍ୟ ବିପ୍ଲବୀ ସନ୍ତାନ
ସ୍ଥାପିବାକୁ ସାମ୍ୟବାଦ ଉପମହାଦେଶେ ନାଶି ଅନୀତି ଚିରନ୍ତନ l
ଘରେ ବାହାରେ ସର୍ବତ୍ର ଶୁଭୁଛି ବିକଟ ଚିତ୍କାର କାଳଭୈରବର l
ନାରୀ ଆର୍ତ୍ତ ଚିତ୍କାରେ କମ୍ପୁଛି ମେଦିନୀ ଗଡ଼ୁଛି ଉଲଗ୍ନ କଳେବର
ବିଗତ ବର୍ଷର ଦୈବୀ ଦୁର୍ବିପାକ ଅଶୁଭ ଘଟଣା କରିଦିଅ ଲୁପ୍ତ
ନୂଆବର୍ଷରେ ଶାଶ୍ୱତ ଚେତନା କରୁ ଆମକୁ ସଦା ଅପକର୍ମ ମୁକ୍ତ ।
ଆଧ୍ୟାତ୍ମିକ ଚେତନା ନିର୍ମଳ ମାନସିକତା ଆସୁ ଜନ ମନ ପ୍ରାଣେ
ଧରାପୃଷ୍ଠେ ଲୋଟୁ ଶସ୍ୟଶ୍ୟାମଳବିଛଣା ବିଧୌତ ଶଶୀ କିରଣେ ।
ରାଜନୀତି କ୍ଷେତ୍ରେ ଆସୁ ମାନବୀୟ ସଂସ୍କାର ହଟୁ ଭ୍ରଷ୍ଟାଚାର l
ରମଣ କରନ୍ତୁ କାମୁକ ନରେ ସଦା ଲୋଡ଼ି ସ୍ବେଚ୍ଛାରମଣୀମଣିର ।
ତନୁଜୀଵୀଗଣ ପେଟବିକଳେ ଲୋଟିଚାଲିଛନ୍ତି ପରନର କୋଳେ
ବିକଳ୍ପ ଜୀବିକା ଲଭନ୍ତୁ ସେମାନେ ବଞ୍ଚି ସଦାନାରୀ ମର୍ଯ୍ୟାଦାରେ ।
କର୍ତ୍ତୃପକ୍ଷ ହୁଅନ୍ତୁ ସଦୟ ହଟାଇ ଦେଶରୁ ସଦା ଯୌନ କଟକଣା
ହୋଇଯାନ୍ତୁ ସଦା କଳଙ୍କମୁକ୍ତ ପତି ଅତ୍ୟାଚାରୁ ସର୍ବ ସୁଗୃହଙ୍ଗନା ।
ଶିଖନ୍ତୁ ପ୍ରେମର ପ୍ରକୃତ ସଂଜ୍ଞା ଆମ ଆଧୁନିକପନ୍ଥୀ ଯୁବଗୋଷ୍ଠୀ
ଶିକ୍ଷିତ ଆଧୁନିକ କୁମାରୀଏ ଜାଗି ରଖନ୍ତୁ ଅକ୍ଷତ କୌମାର୍ଯ୍ୟଗଣ୍ଠି ।
ଜିଦ୍ଦି କରନ୍ତୁ ଅଧୁନିକା ଯୁବତୀଗଣ ଶିଖିବାକୁ ଜୁଡୋକରାଟୀ,
ନାରୀର ପ୍ରାର୍ଥନା ନିଶ୍ଚୟ ଶୁଣିବେ ଅବଳା ରକ୍ଷଣେ ପରମେଷ୍ଠି l
ଆହେ ଏକବିଂଶ ଶତାବ୍ଦୀ ବୁଝାଅ ଦ୍ଵାବିଂଶଙ୍କୁ ତୁମେ ଶତ ବାର,
ସମାଜ ସଂସ୍କାର ବ୍ରତ ପାଳନ୍ତୁ ସେ ଦୁଃଖ ହରି ଭାରତ ମାତାର l
ଆଉ ମାତ୍ର ଦୁଇ ଦିନ ଅଛି ବାକି ଆପୁଷି ଦାୟିତ୍ୱ ଦିଆ ନିଆର
ଏ ମଧ୍ୟେ ସୁରୂପେ ବୁଝାଇ ଦିଅ ତାଙ୍କୁ କାର୍ଯ୍ୟନିର୍ଘଣ୍ଟ ଭବିଷ୍ୟତର ।
ପ୍ରାର୍ଥନା ଏତିକି ଆମର ହେ ଏକବିଂଶ କର ଟିକେ କର୍ଣ୍ଣାଗୋଚର
ଶାନ୍ତି ସୁଖ ଐକ୍ୟ ପ୍ରତିଷ୍ଠା ପୂର୍ବକ ବୃଦ୍ଧିପ୍ରାପ୍ତ ହେଉ ମାନବିକତାର ।।