ମନର ମାନସୀ
ମନର ମାନସୀ
ସୁନ୍ଦର ବନେ
ତୁମେ ଗୋ ସୁନ୍ଦରୀ
ନାହିଁ କେ ଆନ ଜଣେ
ଇନ୍ଦ୍ରଧନୁର
ରଙ୍ଗେ ବିଭୋର
ହୃଦୟର କୋଣେ କୋଣେ ।
ଝରା ବଉଳର
ମହମହ ବାସେ
ମତୁଆଲା ମନ ତୁମ
ମୃଦୁ ମନ୍ଦ ମତ
ମଳୟ ପରଶେ
ମନରେ ଜାଗଇ କାମ ।
କୃଷ୍ଣ କେଶୀ ଗୋ
ସରମି ଯାଏଟି
ଆକାଶର କଳା ମେଘ
ତୁମ ଚାହାଁଣୀର
ଚହଲା ଯୌବନେ
ରୃଷ୍ୟଶୃଙ୍ଗ ନିଦ୍ରା ଭାଙ୍ଗେ ।
ତୁମେ କିନ୍ତୁ ଅଛ
ତୁମ ଗାରିମାରେ
ବସନ୍ତେ ବାସନ୍ତି ହୋଇ
ଏଣୁ ମୋତେ ତୁମେ
ତ୍ୟାଗ କରିଅଛ
ମୋ ଠାରୁ ଦୂରରେ ରହି ।