ମାନବତା ଜାଗିଛି
ମାନବତା ଜାଗିଛି
ବିଶ୍ୱର କରୁଣ ପ୍ରଳାପ
ଆଜି ଆତଙ୍କିତ କରି
ଆଶଙ୍କାରେ ବୁଡାଏ
ଏବେ ସବୁ ଅନ୍ଧାରି ମୂଲକ
କରୋନାର ଲେଲିହାନ ଶିଖା
ଜାଳେ ପୋଡ଼େ ଅସ୍ତିତ୍ବ ର ଚଉହଦି
ସାମାନ୍ୟ କାଶ ଥଣ୍ଡା ଏଠି
ଛନକା ପଶାଏ,
ମୃତ୍ୟୁ ଲୋକକୁ ବାଟ କଢ଼ାଏ
ଶକ୍ତି ମହାଶକ୍ତିକୁ
ଏଠି ଦୃର୍ବଳ କରାଏ
ନିୟୁ କ୍ଲିୟର ବମଟା
ହାରମାନେ
ଏକଥାର ପଛରେ କିନ୍ତୁ
ଉକୁଟି ଉଠେ ମନୁଷ୍ୟତା
ଶୂନ ଶାନ୍ ଘରଗୁଡା
ଅଜା ନାତିର ପିଲା ଦିନ
କାହାଣୀ ଗୁଡା ତରଳି ଯାଏ
ଆଈ ମାର ଗପପେଡି ଖୋଲେ
ବିଦେଶାଗତ ନାତି ନାତୁଣୀଙ୍କ
କୋଳାହଳେ
ଯନ୍ତ୍ର ମାନବଟା ଆଜି
ମାଟି ପିଣ୍ଡାର ବାସ୍ନାପରଖୁଛି
ପରିବାରର ମାଦକତା ସ୍ପର୍ଶରେ
ଏବେ ସେ ମତୁଆଲା ପାଇଁ
ଯଥେଷ୍ଟ ସମୟ ପାଇଛି ।
