STORYMIRROR

NAGENDRA KUMAR ROUT

Inspirational

4  

NAGENDRA KUMAR ROUT

Inspirational

ମାନବତା ଜାଗିଛି

ମାନବତା ଜାଗିଛି

1 min
261

ବିଶ୍ୱର କରୁଣ ପ୍ରଳାପ

ଆଜି ଆତଙ୍କିତ କରି

ଆଶଙ୍କାରେ ବୁଡାଏ 

ଏବେ ସବୁ ଅନ୍ଧାରି ମୂଲକ

କରୋନାର ଲେଲିହାନ ଶିଖା

ଜାଳେ ପୋଡ଼େ ଅସ୍ତିତ୍ବ ର ଚଉହଦି

ସାମାନ୍ୟ କାଶ ଥଣ୍ଡା ଏଠି

ଛନକା ପଶାଏ,

 ମୃତ୍ୟୁ ଲୋକକୁ ବାଟ କଢ଼ାଏ

ଶକ୍ତି ମହାଶକ୍ତିକୁ

 ଏଠି ଦୃର୍ବଳ କରାଏ

ନିୟୁ କ୍ଲିୟର ବମଟା

ହାରମାନେ 

ଏକଥାର ପଛରେ କିନ୍ତୁ

ଉକୁଟି ଉଠେ ମନୁଷ୍ୟତା

ଶୂନ ଶାନ୍ ଘରଗୁଡା

ଅଜା ନାତିର ପିଲା ଦିନ 

କାହାଣୀ ଗୁଡା ତରଳି ଯାଏ

ଆଈ ମାର ଗପପେଡି ଖୋଲେ

ବିଦେଶାଗତ ନାତି ନାତୁଣୀଙ୍କ

କୋଳାହଳେ

ଯନ୍ତ୍ର ମାନବଟା ଆଜି

ମାଟି ପିଣ୍ଡାର ବାସ୍ନାପରଖୁଛି

ପରିବାରର ମାଦକତା ସ୍ପର୍ଶରେ

 ଏବେ ସେ ମତୁଆଲା ପାଇଁ

ଯଥେଷ୍ଟ ସମୟ ପାଇଛି ।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational