STORYMIRROR

Rankanidhi Sethi

Inspirational

4  

Rankanidhi Sethi

Inspirational

ଜୀବନ ପୁସ୍ତିକା

ଜୀବନ ପୁସ୍ତିକା

1 min
301

ଜୀବନ ପୁସ୍ତିକା ପଢୁଥିଲି ଏକା

  ବୁଝିଗଲି ମୁଁ କିଛି କିଛି

ଯାହା ବି ରହିଲା ଅବୁଝା ଅଭୁଲା

 ବସି ମନେ ମନେ ଭାବୁଛି ll


କେଉଁଠି ଝୁଣ୍ଟିଛି କେଉଁଠି ବସିଛି

  ତାଲିକା ପ୍ରସ୍ତୁତ କରିଛି

ଏତିକି ଭାବିଲି ଏକା ହୋଇଗଲି

  ସବୁଠୁ ପଛରେ ରହିଛି ll


ସମୟ ନିର୍ଦେଶ ଦେଇ କହିଗଲା 

 ପଛ କଥା କାହିଁ ଭାବୁଛି

ଯାହା ଛାଡିଗଲୁ ଭୁଲିଯାଅ ତାକୁ 

  ସବୁ ତ ସାଉଁଟି ଧରିଛି ll


ଯାତ୍ରାର ଅନ୍ତିମ ପାଦ ଥାପିଦେଲେ

 ଗଣ୍ଠିଲିକୁ ଖୋଲି ଦେଉଛି

ହରଣ ଗୁଣନ ମିଶାଣ ଫେଡ଼ାଣ

  ହିସାବ ପରଖି ନେଉଛି ll


ଯୁକ୍ତରେ ରହିଲେ ଦିଅଇ ସମ୍ମାନ

 ବିଯୁକ୍ତରେ ଦଣ୍ଡ ଦେଉଛି 

ଭୁଲ ଓ ଠିକର ବିଚାର କରିବ 

 ସବୁ ଲୀଳାମୟ ଦେଖୁଛି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational