STORYMIRROR

Rankanidhi Sethi

Inspirational

3  

Rankanidhi Sethi

Inspirational

ଗୁରୁ ସାକ୍ଷାତ ଈଶ୍ୱର

ଗୁରୁ ସାକ୍ଷାତ ଈଶ୍ୱର

1 min
265


ଗୁରୁଙ୍କର ଶ୍ରେଷ୍ଠ ଉପହାର ଶିଷ୍ୟ 

ଆଦର୍ଶ ତାର ଜୀବନ 

ଶୁଦ୍ଧ ଆଚରଣ ଶିଷ୍ଟାଚାର, କର୍ମ 

କରିଥାଏ ତାକୁ ଧନ୍ୟ ll

ଜୀବନରେ କେତେ କଷ୍ଟ ସହିସହି 

ବିତରନ୍ତି ଗୁରୁ ଜ୍ଞାନ

ଜୀବନର ଯେତେ ଅନୁଭୂତି ଥାଏ 

କରନ୍ତି ସେ ବିତରଣ ll

ଜୀବନର ଯେତେ ଘାତ ପ୍ରତିଘାତେ 

ସମ୍ମୁଖେ ଦଣ୍ଡାୟମାନ ll

ଶିଷ୍ୟ ପାଇଁ ତାଙ୍କ ପରାଣ ବ୍ୟାକୁଳ 

ରଖିଥାନ୍ତି ସଦା ଧ୍ୟାନ 

ତା ସଫଳତାରେ ଛାତି କୁଣ୍ଢେମୋଟ 

ସତେକି ଅମୂଲ୍ୟ ଧନ ll

ସେହି ଶିଷ୍ୟ ଆଜି ଗୁରୁଙ୍କୁ ଦେଖିଲେ 

କରିଥାନ୍ତି ପ୍ରତ୍ୟାଖାନ 

ଯୁଗେ ଯୁଗେ ଅଛି ଗୁରୁ ପାଇଁ ଶିଷ୍ୟ 

ଦିଅନ୍ତି କେତେ ଜୀବନ ll

ଗୁରୁଙ୍କୁ ସମ୍ନାନ ଦେଇ ଉଚ୍ଚାସନ 

ସେବ ଗୁରୁଙ୍କ ଚରଣ 

ଗୁରୁଙ୍କ ସନ୍ତୋଷେ ପ୍ରୀତ ପୀତବାସ 

ସୁଖମୟ ଏ ଜୀବନ ll

ଛାଡି ଦେଇ ଶି6ଷ୍ୟ ଦ୍ୟନ୍ତି ଉଚ୍ଚ ସ୍ଥାନ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational