STORYMIRROR

Rankanidhi Sethi

Inspirational

4  

Rankanidhi Sethi

Inspirational

ଭିଟାମାଟି

ଭିଟାମାଟି

1 min
253


ଯେଉଁ ଘରେ ମୁଁ ଯେ ଜନମ ନେଇଛି 

   ଜଳିଛି ମୋ ଷଠୀନିଆଁ 

ସେହି ଘର ମୋର ଅତି ଆପଣାର 

   ଝାଟିମାଟି ମୋର ଗାଆଁ ll


ସ୍ନେହ ଶରଧାର ମୂଳଦୁଆ ତାର 

   ବିଶ୍ୱାସର ମଝି ଖୁଣ୍ଟି 

ଶାନ୍ତି ମୈତ୍ରୀ ପ୍ରୀତି ସଦା ବିରାଜିତ 

   ପ୍ରେମ ରହିଥାଏ ବାଣ୍ଟି ll


ଛଣ ଛପରରେ ମାଟି କାଦୁଅରେ 

   ଗଢ଼ା ମୋର ଭିଟାମାଟି 

ତା କୋଳରେ ଯିଏ ଶୋଇଛି ଥରୁଟେ 

   ପାଇଛି ଜୀବନେ ଶାନ୍ତି ll


କୁନିକୁନି ପାଦେ ଚାଲିବା ଶିଖିଛି 

   ପଡିଛି ଉଠିଛି ଯେତେ 

ତୋଳି ଧରିନେଇ କୋଳରେ ବସାଏ 

   ଆନନ୍ଦ ଦେଇଛି କେତେ ll


ବାପା କକା ଭାଇ ହରଷେ ରୁହନ୍ତି 

   ସଭିଏଁ ମୋ ଆପଣାର 

ଜେଜେ ଜେଜେମାଙ୍କ ନୟନ ପିତୁଳା 

   କୋଳ ତାଙ୍କ ସ୍ୱର୍ଗ ପୁର ll


ବିପଦେ ଆପଦେ ଏକତା ଯେ ଶକ୍ତି 

   ଆସୁ ଯେତେ ଭୟଙ୍କର 

ଟିକେ ନଇଁ ଗଲେ ସବୁ ଟଳିଯାଏ 

   ହାରି ଯାଏ ବହୁଦୂର ll


ଭିଟାମାଟି ମୋହ ଛାଡି ପାରିନି କେ 

   ଜନ୍ମରୁ ମରଣ ଯାଏଁ 

ଦିନେ ନା ଦିନେ ସେ ବାହୁଡ଼ି ଆସିଛି 

   ବାନ୍ଧି ପାରିନାହିଁ କିଏ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational