STORYMIRROR

Rankanidhi Sethi

Inspirational

3  

Rankanidhi Sethi

Inspirational

ଗୋମାତା

ଗୋମାତା

1 min
227


ଗୋ ମାତା କେବେ ଗରଭେ ଧରିନି 

ଜନମ ଦେଇନି ମୋତେ 

ତଥାପି ତାହାର ଅମୃତ ପରଶେ 

ବଞ୍ଚି ରହିଛି ଜଗତେ ll

ମାଆ ନ ହୋଇ ବି ମାଆର ମମତା 

ବୋଳି ଦେଇଛି ସେ ଏତେ 

ସେଥିପାଇଁ ପରା ଭାରତ ଭୂମିରେ 

ମା ରୂପେ ପୂଜୁଛି ତୋତେ ll

ତୋର ମଳମୂତ୍ର ଅଟଇ ପବିତ୍ର 

ଅଶୁଦ୍ଧିକୁ ଶୁଦ୍ଧି କରେ 

ଜଗତର ଯେତେ କୀଟାଣୁ ବୀଜାଣୁ 

ସମୂଳେ ବିନାଶ କରେ ll

ନିର୍ଜଳିକୃତ ତୋହରି ଅମୃତ 

ନବନୀତ ହୁଏ ଘୃତ 

ସେହି ଘୃତ ଆଜି ଅଵ୍ୟର୍ଥ ଔଷଧ 

ଦୂରାରୋଗ୍ୟ କରେ ଅନ୍ତ ll

ଏତେ ଉପକାର ପାଇ ମାଆ ଠାରୁ 

ତଥାପି ହୁଅ ନିଷ୍ଠୁର 

ଅର୍ଥଲୋଭି ନର ଧରି ପାପ ଭାର 

କରି ଗଲୁ ଅତ୍ୟାଚାର ll

ଆରେ ମହାପାପୀ ନ ହୁଅ ରେ ଭାଗୀ 

ମାଆକୁ ମୋ ରକ୍ଷାକର 

ଜନମ ଦିନରୁ ମରଣ ପର୍ଯ୍ୟନ୍ତ 

ସେବୁଥିବ ତା' ପୟର ll

ମାଆ ବୋଲି ତାକୁ ଡାକୁ ଦିବାନିଶି 

କେମିତି ହୁଡ଼ିଲା ମତି 

କଂସେଇ ହାତରେ ଟେକି ଦେଇ ମାଆ 

ଡାକି ଆଣୁଛୁ ଦୁର୍ଗତି ll

ଗୋ ମାତା ରକ୍ଷା ଏ ଜଗତ ରକ୍ଷା 

କଥାଟି ମନେ ରଖିଥା 

ନ ହେଲେ ଅକାଳେ ହୋଇବ ମରଣ 

ମାନବ ଜନମ ବୃଥା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational