STORYMIRROR

Rankanidhi Sethi

Tragedy Inspirational

4  

Rankanidhi Sethi

Tragedy Inspirational

ଦାଦନ

ଦାଦନ

1 min
269


କାହାକୁ କହିବି କିଏ ବା ଶୁଣିବ 

ମୋ ଜୀବନେ ଥିବା ଅକୁହା କଥା 

ଦାଦନଟିଏ ମୁଁ ଇତର ପ୍ରାଣୀଟେ 

କିଏ ବା ବୁଝିବ ଅନ୍ତର ବ୍ୟଥା ll


ଜନମ ନେଇଛି ଅଭାବୀ ସଂସାରେ 

ସୁଖ ରହେ କୋଶେ ମୋଠାରୁ ଦୂର 

ଭୋକ ବିକଳରେ କଇଁ କଇଁ କାନ୍ଦେ 

ନଳକୂପ ଜଳେ ଭରେ ଉଦର ll


ମୋର ବାପା ମାଆ ଦିନ ମଜୁରିଆ 

ଆଣିଲେ ଆମର ଜଳୁଛି ଚୁଲି 

ବଡ଼ ଭଉଣୀ ମୋ ବାପା ମାଆ ଭାଇ 

ତା ସ୍ନେହରେ ସବୁ ଯାଇଛି ଭୁଲି ll


ନୁଖୁରା ବାଳରେ ତେଲ ବାଜେ ନାହିଁ 

ଫଟା ଗାମୁଛାରେ ଇଜ୍ଜତ ଢାଙ୍କେ 

ବିଦ୍ୟାଳୟ ଯିବା ମୋ ସାତ ସପନ 

ଉଣ୍ଡି ଦେଖୁଥାଏ ଝରକା ଫାଙ୍କେ ll


ବୟସ ସାଙ୍ଗକୁ ଦାୟିତ୍ୱ ବଢିଲା 

ପିତାମାତା ଏବେ ହେଲେ ଦୁର୍ବଳ 

ଅଣ୍ଟାକୁ ଭିଡ଼ିଲି ଭାର ମୁଣ୍ଡେଇଲି 

ଘର ପୋଷିବାକୁ ହେଲି ସବଳ ll


ଗରିବ ଶ୍ରମିକ ଅପାଠୁଆ ବୋଲି 

ସଦା ସର୍ବଦା ପେଟରେ ନାତ 

ରୋଗ ବ୍ୟାଧି ଜରେ ପଡିଲେ ସେ ଦିନ 

ମିଳେ ନାହିଁ ମୁଠେ ପେଟକୁ ଭାତ ll


କରୁଅଛି ଅଳି ହେ ବାବୁ ଗୋସେଇଁ 

କାହିଁକି କରୁଛ ଏ ଭେଦଭାବ 

ଆମ ପାଇଁ ତୁମେ ଖାଉଛ ଶୋଉଛ 

ତଥାପି ଆମକୁ କର ଅଭାବ ll


ଭାବିଛ କି ଆମେ ଅଭାବେ ରହିଲେ 

ଶାନ୍ତିରେ କି ତୁମେ ଶୋଇ ପାରିବ 

ଯେଉଁ ଦିନ ଆମେ କରିବୁ ସଂଗ୍ରାମ 

ସେ ଦିନୁ ତୁମର ହଂସା ଉଡ଼ିବ ll


ତୁମ ପାଇଁ ଆମେ ଦିନ ରାତି ଖଟୁ 

ମୁଣ୍ଡର ଝାଳକୁ ତୁଣ୍ଡରେ ମାରି 

ଆମ ଅଭାବରେ ସାହା ହେଉଥିବ 

ଦୁଃଖ ଯନ୍ତ୍ରଣାରେ ହାତକୁ ଧରି ll

 

ଏଥକୁ ବିଚାରି ବାବୁ ସରକାରୀ 

ଆମ ଭାଗ ଆମ ହାତରେ ଦେବ 

ନ ହେଲେ ତୁମର ଦୁର୍ଦ୍ଦଶା ପଡିଲା 

ଏଇ କଥାଟିକୁ ମନେ ରଖିବ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy