STORYMIRROR

Rankanidhi Sethi

Classics Others

4  

Rankanidhi Sethi

Classics Others

ସ୍ୱାର୍ଥପର

ସ୍ୱାର୍ଥପର

1 min
490


ତୋ ଭକ୍ତ ତାଲିକାରୁ କଟି ଗଲେ ନାମ

ହୋଇବୁ ଯଦି ତୁ ଖୁସି

ଯେତେ ଶୀଘ୍ର ପାରୁ କାଟି ଦେ ରେ ନାଁ

ଚାଲିଯିବି ହସି ହସି ।।

କରିବିନି ଅଳି ଆରେ ବନମାଳୀ

ଅଭିଯୋଗ ନାହିଁ କିଛି 

ତୋ ବଡ ଦେଉଳେ ବସି ନୀଳାଚଳେ

ଭକତକୁ ନେ ତୁ ବାଛି ll

ଯିଏ ତୋର ମାନ ରଖି ସନମାନ

ଜଗତେ ରଖିବ ଟେକ

ସୁଖରେ ଦୁଃଖରେ ପ୍ରତି ମୁହୂର୍ତ୍ତରେ

ଦେଉଥିବୁ ତାକୁ ସୁଖ ll

ମଳି ମୁଣ୍ଡିଆ ମୁଁ ଦୀନ ଦରିଦ୍ରଟେ

କଣ ବା ଦେବିରେ ତୋତେ

ମାଗି ମାଗି ନିତି ହୋଇବୁ ବିରକ୍ତି

ପାଦେ ଠେଲି ଦେ ରେ ମୋତେ ll

ନାହିଁ ମୋ ଭକତି ନାହିଁ ମୋ ଶକତି

ନାହିଁ ଦାନ ପୁଣ୍ୟ ଫଳ

କିପରି ହୋଇବି ତୋ ନିକଟତର

ଧ୍ୟାୟୀ ତୋ ପାଦ ଯୁଗଳ ll

ଯିଏ ତୋତେ ଦେଲା ନିଜର କରିଲା

ଦେଲୁ ତାକୁ ଦରଶନ

ଭଣ୍ଡାର ଘରେ ତା ମହାଲକ୍ଷ୍ମୀ ମାତା

କରନ୍ତି ବିରାଜମାନ ll

ପତିତପାବନ ବାନାକୁ ରେ ଧନ

ଉଡ଼ାଅନି ଫର ଫର

ନ ହେଲେ କାଳିଆ ଅପବାଦ ସ୍ଵରେ

କହିବେ ତୁ ସ୍ୱାର୍ଥପର ll

ଏତେ ଅପମାନ ପାରିବିନି ସହି

ପିଣ୍ଡୁ ଛାଡି ଯାଉ ପ୍ରାଣ

ଯେପରି ତୁ ଛାହୁଁ ସେପରି ତ ହେଉ

ସୁଖେ କଟୁଥାଉ ଦିନ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics