Rankanidhi Sethi

Inspirational

4  

Rankanidhi Sethi

Inspirational

କର୍ମଫଳ

କର୍ମଫଳ

1 min
364



କାହିଁକିରେ ଜଗା କହିବି ମୁଁ ତୋତେ

    ଦଗାଦିଆ ତୁ ଠାକୁର

ନିଜ କର୍ମଫଳ ଭୋଗୁଛି ଭୋଗିବି

   ଯାହା ଅଛି ପ୍ରାପ୍ୟ ମୋର l


ତୋ ମୁହଁକୁ ଚାହିଁ କାନ୍ଦି କାନ୍ଦି କାହିଁ

    ଝରାଇବି ଅଶ୍ରୁ ଧାର

ବଡ଼ କପଟିଆ   କାଳିଆ ଛଳିଆ

   ଦୋଷ ଦେବି ବାରମ୍ବାର l


ଖାଉଛୁ ଷାଠିଏ ପଉଟି ବୋଲିରେ

   କେତେ ଅଭିଯୋଗ ମୋର

ଦେଏ ଦେଏ କହି ଦିନ ରାତି ମାଗି 

    ହୋଇଛି ମୁଁ ସ୍ୱାର୍ଥପର l


କେତେ ଗାଳିମନ୍ଦ କରିଛି ଗୋବିନ୍ଦ

   କେତେ କଟୁ କଥା କହି

ମନେ ଦୁଃଖ ଦେଇ ହୋଇଛି ବିନୟୀ 

    ନେବାକୁ ନାବକୁ ବହି l


ମହାପାପୀଟିଏ ଜାଣି ମୁଁ ନ ପାରେ

    ତୁ ଦୟାର ଅବତାର 

ନୁହେଁ ତୁ ଛଳିଆ ନୁହେଁ ଦଗାଦିଆ

   ସାଥି ମୋ ସୁଖ ଦୁଃଖର l


ତଥାପି କାଳିଆ ନ ତୁଟାଇ ମାୟା

   ସର୍ବ ଦୋଷ କ୍ଷମି ମୋର

ଏ ଭବ ସାଗରୁ ପାରି କରି ଦେଉ

   ଭାବି ତୁ ମୋତେ ନିଜର l


Rate this content
Log in

Similar oriya poem from Inspirational