STORYMIRROR

Rankanidhi Sethi

Inspirational

3  

Rankanidhi Sethi

Inspirational

ଅଚିହ୍ନା ମଣିଷ

ଅଚିହ୍ନା ମଣିଷ

1 min
195


ନିଜ ରକ୍ତ ମାଂସ ଦେଇ ଯେ ଗଢିଲା 

ଧରି ଦଶ ମାସ ଗର୍ଭେ 

ପ୍ରସବ ବେଦନା ଆନନ୍ଦରେ ସହି 

ଦେଖି ହସିଦିଏ ଗର୍ବେ ll


ନାରୀ ଜନ୍ମ ତାର ସାର୍ଥକ ହୋଇଲା 

କୋଳରେ ଯେବେ ଧରିଲା 

ଜୀବନର ସବୁ ଦୁଃଖ ଯନ୍ତ୍ରଣାକୁ 

ତା ହସରେ ଭୁଲିଗଲା ll


ହସିଲା ତା ହସେ କାନ୍ଦିଲା କାନ୍ଦରେ 

ସହି ସବୁ ଅରଦଳି 

ମା'ଡାକ ଯେବେ ପ୍ରଥମେ ଶୁଣିଲା ତା 

ଦୁନିଆ ଗଲା ବଦଳି ll


ସମୟ ସ୍ରୋତରେ ବଢ଼ି ସେ ଚାଲିଲା 

ଶିଶୁରୁ ହେଲା ଯୁବକ 

ଭାବି ନେଇଥିଲା ମାଆ ମନ ତାର 

ସାଜିବ ଦିନେ ରକ୍ଷକ ll


ଦୁଃଖେ କଷ୍ଟେ ଉଚ୍ଚ ଶିକ୍ଷିତ କରିଲା 

ହୋଇଲା ହାକିମ ବାବୁ 

ବଡ଼ ସହରର ବଡ଼ ଚାକିରିଆ

କର୍ମରେ ହୋଇଲା କାବୁ ll


ଗରଭ ଧାରିଣୀ ମାଆକୁ ତାହାର 

ଛାଡି ରହିଲା ସହର 

ଦୁଃଖୀର ସଙ୍ଖାଳି ହୃଦ ଗଳାମାଳି 

କରିଦେଲା ସାତପର ll


ଅଧା ପେଟ ଖାଇ ବଡ଼ କରିଥିଲା 

ପିଆଇ ଥିଲା ପୀୟୂଷ 

ସେ ରଙ୍କ ରତନ ଦୁନିଆ ଦାଣ୍ଡରେ 

କହେ ଅଚିହ୍ନା ମଣିଷ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational