ଅଚିହ୍ନା ମଣିଷ
ଅଚିହ୍ନା ମଣିଷ
ନିଜ ରକ୍ତ ମାଂସ ଦେଇ ଯେ ଗଢିଲା
ଧରି ଦଶ ମାସ ଗର୍ଭେ
ପ୍ରସବ ବେଦନା ଆନନ୍ଦରେ ସହି
ଦେଖି ହସିଦିଏ ଗର୍ବେ ll
ନାରୀ ଜନ୍ମ ତାର ସାର୍ଥକ ହୋଇଲା
କୋଳରେ ଯେବେ ଧରିଲା
ଜୀବନର ସବୁ ଦୁଃଖ ଯନ୍ତ୍ରଣାକୁ
ତା ହସରେ ଭୁଲିଗଲା ll
ହସିଲା ତା ହସେ କାନ୍ଦିଲା କାନ୍ଦରେ
ସହି ସବୁ ଅରଦଳି
ମା'ଡାକ ଯେବେ ପ୍ରଥମେ ଶୁଣିଲା ତା
ଦୁନିଆ ଗଲା ବଦଳି ll
ସମୟ ସ୍ରୋତରେ ବଢ଼ି ସେ ଚାଲିଲା
ଶିଶୁରୁ ହେଲା ଯୁବକ&n
bsp;
ଭାବି ନେଇଥିଲା ମାଆ ମନ ତାର
ସାଜିବ ଦିନେ ରକ୍ଷକ ll
ଦୁଃଖେ କଷ୍ଟେ ଉଚ୍ଚ ଶିକ୍ଷିତ କରିଲା
ହୋଇଲା ହାକିମ ବାବୁ
ବଡ଼ ସହରର ବଡ଼ ଚାକିରିଆ
କର୍ମରେ ହୋଇଲା କାବୁ ll
ଗରଭ ଧାରିଣୀ ମାଆକୁ ତାହାର
ଛାଡି ରହିଲା ସହର
ଦୁଃଖୀର ସଙ୍ଖାଳି ହୃଦ ଗଳାମାଳି
କରିଦେଲା ସାତପର ll
ଅଧା ପେଟ ଖାଇ ବଡ଼ କରିଥିଲା
ପିଆଇ ଥିଲା ପୀୟୂଷ
ସେ ରଙ୍କ ରତନ ଦୁନିଆ ଦାଣ୍ଡରେ
କହେ ଅଚିହ୍ନା ମଣିଷ ll