STORYMIRROR

Bandita Mohanty

Inspirational Others

4  

Bandita Mohanty

Inspirational Others

ଝୁରି ହୁଏ ଆଜି

ଝୁରି ହୁଏ ଆଜି

1 min
356

ଝୁରି ହୁଏ ଆଜି 

ମୋ ଗାଁ ର ସେ ପାଳ ଭୂତ କୁ

ସବୁଜ ବିଲ ର ଗାଲିଚାକୁ

ହାକୁମ୍ ହାକୁମ ଡାକ ଛାଡ଼ୁ ଥିବା

ସେଇ ଝିଅ ବିଦା ସବାରୀ କୁ

ଜେଜେ ମା'ର ବାହୁନି କାନ୍ଦଣା

ଆଉ ଜେଜେ ବାପା ଙ୍କ ଟାପରା କଥାକୁ

ଝୁରେ ଆଜି ମୁହିଁ

ସେଦିନର କାଠ ଚୁଲି ନିଆଁରେ

ଦରଫୁଟା ଭାତର ବାସ୍ନା

ପୋଡ଼ା ବାଇଗଣ ର ଭର୍ତା

ଶୀତ ରାତିରେ ମାଆ ର ପଣତ

ରୂପେଲି ଜହ୍ନର ଜୋସ୍ନା 

ସିଲଟ ରେ ପଣକିଆ ଲେଖା

ବାପାଙ୍କ ହାତ ର ଛାଟ

ଆଇ ମା ର ଗପ ପେଡ଼ି

କୁହୁକ ରାଇଜ ରୁ ଆସେ ଦଉଡି

କପୋତ କପୋତୀ କାହାଣୀ

କହେ କେବେ ପୁଣି

ରାଜକୁମାର ର ଘୋଡ଼ା ଚଢ଼ା କାହାଣୀ

ଝୁରେ ଆଜି ସେଇ

ବରଗଛ ତଳ ଚାଟଶାଳୀ କୁ

ଡିବିରି ବତୀ ର ଝାପସା ଆଲୁଅରେ

ପୁରାଣ ର ଗୀତ କୁ

ଦରଶୁଖା ସଦ୍ୟ କଖାରୁ ବଢି

ଅଗଣା ରେ ଗେଣ୍ଡୁ ଫୁଲ ର ଶୋଭା

ମଗୁଶୁର ମାସ ର ଚାଉଳ ବଟା

ଦିଆ ଝୋଟି ଚିତା କୁ

ମାଟି ପଲମରେ ପୋଡପିଠା ର ସ୍ଵାଦ

ବୋଉ ର ନାନାବାୟା ଗୀତ

ଗୋବର ରେ ଲିପା ମାଟି ଘରକୁ

ବରଷା ରେ ଭିଜି ଭିଜି

କାଗଜରେ ଡଙ୍ଗା ଭସାଇ ବାକୁ

ଫେରିବକି ଆଉ ସେଇ ଦିନ

ଝୁରି ଝୁରି ସିନା ମୁଁ ଚାଲିଯିବି

ସ୍ମୃତି ହୋଇ ରହିଯିବ 

ସିଏ ପ୍ରତିଦିନ ।


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Inspirational