STORYMIRROR

Bandita Mohanty

Inspirational

3  

Bandita Mohanty

Inspirational

ନାରୀ ପାଇଁ ପଦେ

ନାରୀ ପାଇଁ ପଦେ

1 min
186

ନୁହଁ ଆଜି ତୁମେ ଅବଳା ଦୁର୍ବଳା 

ଖୋଲିଯାଇଛି ତୁମ ମୁକ୍ତିର ବେଳା...

କରିବାକୁ ହେବ ସଂଗ୍ରାମ ଆଜି 

ଜିତିବାକୁ ହେବ ପ୍ରତ୍ୟେକ ବାଜି...

ଘର କୋଣରେ ବସିବା ତୁମ ଲକ୍ଷ୍ୟ ନୁହଁ 

ହୃଦୟ ଭିତରୁ ସଶକ୍ତ ହୁଅ...

ଲକ୍ଷ୍ମୀବାଇ ଭଳି ଲଗାଇ ବିଜୟର ଟୀକା 

ସଂଗ୍ରାମ କରିବାକୁ ହେବ ତୁମକୁ ଏକା ଏକା...

ଯେଉଁଠି ନାରୀର ଅପମାନ ହୁଏ 

ସେ ଜାତିର ସଦା ନିମ୍ନଗାମୀ ହୁଏ...

ନାରୀ ହିଁ ଜନନୀ ନାରୀ ହିଁ ଭଗିନୀ 

କେବେ ପୁଣି ସାଜେ ପୁରୁଷ ସଙ୍ଗିନୀ...

କେବେ ସାଜେ ସେହି ମହିଷାମର୍ଦ୍ଦିନୀ 

ପୁଣି କେବେ ସାଜେ ସିଏ ବ୍ରହ୍ମଚାରିଣୀ...

ସରସ୍ଵତୀ ପରି ଜ୍ଞାନ କେବେ ଦିଏ 

ଶକ୍ତି ହୋଇ କେବେ ମାର୍ଗ ଦର୍ଶନ କରେ...

କେବେ ପୁଣି ଧରେ କାଳୀ ରୂପକୁ 

ନାଶ କରେ ରକ୍ତବୀର୍ଯ୍ୟ ପରି ପୁରୁଷଙ୍କୁ....

ସେହି ପରି ନାରୀମାନେ ସଶକ୍ତ ହୁଅ 

ବୀରାଙ୍ଗନା ପରି ନାମ ରଖି ଯାଆ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational