STORYMIRROR

Bandita Mohanty

Tragedy Classics Others

3  

Bandita Mohanty

Tragedy Classics Others

ହଁ , ମୁଁ ବି କାନ୍ଦେ

ହଁ , ମୁଁ ବି କାନ୍ଦେ

1 min
180

ଝରକା ସେପାଖ ଦୁନିଆ

ପୂର୍ଣ୍ଣମୀ ରାତିର ଜହ୍ନ

ଝଲସି ଉଠୁଥିବା ଚିକ୍ ମିକ୍ ତାରା

ଏପାଖ ଟେବୁଲ୍ ଉପରେ ଥିବା ଘଡି

କିଛି ସମୟ ପାଇଁ ନିଶ୍ଚଳ ହେଇ ପଡ଼ନ୍ତାକି

ଚବିଶ ଘଣ୍ଟା ଧରି ପରିକ୍ରମଣ କରୁଥିବା ଏ ପୃଥିବୀ

କିଛି କ୍ଷଣ ପାଇଁ ସ୍ତବ୍ଧ ହୋଇ ଯାଆନ୍ତା କି

ଝର ଝର କରି ବହି ଆସୁଥିବା ଝରଣା

ହଠାତ୍ ଅଟକି ଯାଆନ୍ତା କି

ଅଶାନ୍ତ ସମୁଦ୍ର କିଛି ସମୟ ପାଇଁ

ଶାନ୍ତ ହେଇ ପଡନ୍ତା କି

ହଁ , ମାତ୍ର କିଛି ସମୟ ପାଇଁ

ଶୋଇ ଯାଆନ୍ତା କି ସହର ଟା

ଏଇ ସୁଦୀର୍ଘ ରାଜ ପଥରେ

ମୁଁ କହି ଦିଅନ୍ତି ଅକୁହା କଥା ଗୁଡ଼ିକୁ

ଅମାନିଆ ଲୁହକୁ ଝରାଇ ଦିଅନ୍ତି ଅବିରତ

ମୁଁ ବି କାନ୍ଦେ ! ହୃଦୟର ଲହୁରେ

ମୋର ବି ଝରେ ଆଖି ରୁ 

କିଛି ରଙ୍ଗହୀନ ଲୁହ ଗୁଡ଼ିକ

କେବେ ମାପିଛ କି ? 

ମୋ ପୌରୁଷତ୍ତ୍ୱ ହୃଦୟର ଅକାତ କୋହ କୁ

ଗାଁ ମୁଣ୍ଡର ବରଗଛ ଭଳି

ନିଜ ଛାଇ ରେ ଆଶ୍ରିତ ଦେଇଛି ଅନେକ ଜୀବନ କୁ

ଜନ୍ମରୁ ଆଶା ରଖି ଦିଅନ୍ତି କିଛି ପାଇବା ପାଇଁ

ଆଉ ସେଇ ଆଶା କୁ ସାକାର କରୁ କରୁ

ନିଜ ଅଜାଣତେ କେବେ ବଡ ହେଇଯାଏ ମୁଁ

ହଁ , ମୋର ବି କିଛି ଇଛା ଥାଏ

ସମସ୍ତଙ୍କ ବୋଝ କୁ ମୁଣ୍ଡେଇ ଚାଲିଥିବା ଏଇ ଜୀବ ଟି

କେବେ କେବେ ଦିନେ କାହାର ବୋଝ ପାଲଟି ଯାଏ

କେହି ଦେଖିଛ କି ମୋ ହୃଦୟର ଆର୍ଦ୍ରତା କୁ

କେବେ କର୍ତ୍ତବ୍ୟର ଚକ୍ରବ୍ୟୁହ ରେ ପଡ଼ି

ମୁଁ କାନ୍ଦେ ମୁକ୍ତି ପାଇବା ପାଇଁ

ନିଜ ପୁରୁଷାର୍ଥ ର କାୟା କୁ ଜାବୁଡି

ଉପରେ ହସି ଭିତରେ ଲୁହ କୁ ନିଗାଡି ଦିଏ

ଆଖିରେ ଲୁହ ଦେଖିଲେ

କାଳେ ଆଖ୍ୟା ଦେଇଦେବ ଏ ସମାଜ ମାଇଚିଆ ବୋଲି

ସେଇ ଡରରେ ଲୁଚାଇ ଦିଏ ଯନ୍ତ୍ରଣାକୁ

ହଁ , ମୁଁ ବି କାନ୍ଦେ

କେବେ ଲୁକ୍କାୟିତରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy