STORYMIRROR

Bandita Mohanty

Inspirational Others

4  

Bandita Mohanty

Inspirational Others

କଳା ଶ୍ରୀ ମୁଖ

କଳା ଶ୍ରୀ ମୁଖ

1 min
446

ଦେଖି ଦେଲେ ତୋତେ

କାହିଁକି କେଜାଣି ମୁଁ ହୁଏ ଉଲ୍ଲାସିତ

ମନ ମୋର ହୁଏ ପ୍ରଫୁଲ୍ଲିତ

ଉଡ଼ି ଯାଏ ମନ ପକ୍ଷୀ ତୋହରି ପାଖକୁ

ତୋ ବିନା ସେ ଚାହିଁ ନାହିଁ କାହାକୁ

ରେ କଳା ଶ୍ରୀମୁଖ

ପାଗଳ କରିଛି ମତେ ତୋର ଏ ରୂପ ।


ଚାହିଁ ଦେଲେ ଥରେ

ତୁମ ବାଙ୍କ ଚାହାଣୀରେ

ହାୟ ! ମୁଁ କି ସତେ ମରିଯାଏ

ତୁମ ଚାହାଣି ମନ କିଣି ନେଇ ଯାଏ

କି ରସ ରହିଛି ସେଇ ଚାହାଣିରେ

ଦେଖୁ ଦେଖୁ ମୁଁ ରହିଯାଏ

ରେ କଳା ଶ୍ରୀମୁଖ

ହଜିଗଲି ମୁହିଁ ତୁମ ଚାହାଣୀରେ ।


ଛୁଇଁ ଦେଲେ ଥରେ

ଅପୂର୍ବ ଶିହରଣ ଖେଳି ଯାଏ ମନରେ

ମିଳିଯାଏ ଆତ୍ମାକୁ ଶାନ୍ତି

ସେ ଶାନ୍ତି ରେ ରହିଛି ମୁକ୍ତି

ମୁକ୍ତି ପାଇ ମୁଁ ଯେ ହେବି ତୃପତି

କିଛି ଲୋଡା ନାହିଁ ଧନ ଜନ ପ୍ରାପ୍ତି

ରେ କଳା ଶ୍ରୀମୁଖ

କେବେ କରିବନି ତୁମଠୁ ଦୂର ।


ଶୁଣି ଦେଲେ ଥରେ

ତୋହରି ଭଜନ

ଅସୁମାରୀ ଆନନ୍ଦରେ ମନ ହୁଏ ଉଚ୍ଛନ୍ନ

ମଜିବାକୁ ଚାହେଁ ତୁମରି କୀର୍ତ୍ତନେ

ରହିବାକୁ ଚାହେଁ ସିଏ ତୁମରି ନୟନେ

ରେ କଳା ଶ୍ରୀମୁଖ

କରିବ କି ମତେ ତୁମ ବଂଶୀର ସ୍ୱର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational