Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bandita Mohanty

Romance Others

4.5  

Bandita Mohanty

Romance Others

ଆସିବେ ଯେ କେହି ଜଣେ

ଆସିବେ ଯେ କେହି ଜଣେ

1 min
366


ଆବେଗ ରେ ମନ ଝୁରି ହେଉଥିଲା

ସାଥି ଟିଏ ପାଇବା ପାଇଁ

ଝୁରି ଝୁରି ସିନା ଦିନ ଯାଉଥିଲା 

ସାଥି ତ ମିଳିଲେ ନାହିଁ ।


ପ୍ରଣୟ ଝଙ୍କାର ବାଜିବା ମାତ୍ରକେ

ହୃଦେ ଖେଳେ ଆଲୋଡନ

ମିଳନ ପାଇଁ କି ମନ ଯେ ମୋହର

ହେଇ ପଡୁଥିଲା ଉଚ୍ଛନ୍ନ ।


ହୃଦୟ ତନ୍ତ୍ରୀରେ ପ୍ରେମର ରାଗିଣୀ

ତୋଳି ଦେଇ ଚାଲିଗଲେ

ମତୁଆଲା ସୁରେ ଗାଇଚାଲିଥିଲି

ପ୍ରେମର ସଙ୍ଗୀତ ବାରେ ।


ଦେଖିଲି ଦିନେ ମୁଁ ସପନେ ମୋହର

ଆସିଛନ୍ତି କେହି ଜଣେ

ତାଙ୍କ ଠାରେ ମୋର ଚକ୍ଷୁ ଅଟକିଲା

ନିଶ୍ଚଳ ହେଲି ମୁଁ କ୍ଷଣେ ।


ସୁନ୍ଦର ସୁନ୍ଦର ଅପୂର୍ବ ସୁନ୍ଦର

ମୁଖମଣ୍ଡଳ ତାଙ୍କର

କ୍ଷଣକ ଭିତରେ ଚୋରାଇ ନେଲେ ସେ

ମତୁଆଲା ମନ ମୋର ।


ଲାଜରେ ମୁହିଁ ଯେ ଝାଉଁଳି ପଡ଼ିଲି

ମୁଖ କୁ ତାଙ୍କର ଦେଖି

ପାଖରେ ଆସି ଯେବେ ବସି ପଡିଲେ ସେ

ଦୂରେ ଗଲି ମୁହିଁ ଘୁଞ୍ଚି ।


ଚଞ୍ଚଳ ମନ ମୋ ଅସ୍ଥିର ହୋଇଲା

ଖେଳିଗଲା ଶିହରଣ

ମୁହଁ କୁ ମୋହର ଉଠାଇ ଦେଇ ସେ

କପାଳେ ଦେଲେ ଚୁମ୍ବନ ।


କହିଲେ ପ୍ରେୟସୀ ଆସିବି ମୁଁ ଦିନେ

ପାଲିଙ୍କି ଘୋଡାରେ ଚଢ଼ି

ସଜାଇ ଥିବ ଯେ ସବାରୀ ତୁମର

ଦୁହେଁ ଯିବା ଆମେ ଉଡ଼ି ।


ନେଇଯିବି ତୁମକୁ ଅଜଣା ରାଇଜେ

ନ ଥିବେ ସେଠାରେ କେହି

ଗଢ଼ିଦେବା ସେଠି ପ୍ରେମର ମହଲ

ବାଧା ଯେ ଦେବେନି କେହି ।


ବୋଉ ର ଡାକରେ ନିଦ୍ରା ଭାଙ୍ଗିଗଲା

ଚାଲିଗଲେ ତତକ୍ଷଣେ

ଅଳସି ନିଦ ମୋ କହି ଚାଲିଥିଲା

ଆସିବେ ଯେ କେହି ଜଣେ ।



Rate this content
Log in

Similar oriya poem from Romance