STORYMIRROR

Pramodini Parichha

Romance

3  

Pramodini Parichha

Romance

ବତୀଘର

ବତୀଘର

1 min
160

ଆସନ୍ତନି ଥରେ

 ସାଗର ବେଳାକୁ

  ତୋଳିବାକୁ ବାଲିଘର   

ସେଇ ବାଲିଘରେ

 ମୁଁ ଯେ ହେବି ରାଣୀ

  ତମେ ହେବ ରାଜା ମୋର  


ଚୁପି ଚୁପି ଆସି

  କହୁଥିବ କଥା

  ଆମ ସ୍ମୃତି ପ୍ରଣୟର  

ଲାଜୁଆ ଆଖିରେ

  ମୁଁ ଯେ ଚାହିଁ ଥିବି

   ଶୁଣି ତୁମ କଣ୍ଠ ସ୍ୱର  


ଆଙ୍କି ଦେବ ତୁମେ

  ପୀରତି ଚୁମ୍ବନ

   ପିଆସୀ ଓଠର ଧାରେ  

ଲାଜେ ଭିଜୁଥିବ

  ନୀଳ ସାଗରଟା

   ଶାମୁକାର ପରଶରେ  


ବେଳାଭୂମି ସତେ

  ପଡ଼ିବ ଉଛୁଳି

   ହସିବ ସ୍ୱପ୍ନ ସହର  

ବାହୁ ବନ୍ଧନରେ

  ହଜିଯିବି ମୁଁ ଯେ

  ଭୁଲି ନିଜ ଅନ୍ତଃସ୍ୱର  


ଚିରଦିନ ପାଇଁ

  ସମ୍ପର୍କର ସେତୁ

   ହେବ ସିନା ବାଲିଘର

ଅମଡ଼ା ବାଟରେ

 ଚାଲିଯିବା ଆମେ

  ସାକ୍ଷୀ ଥିବ ବତୀଘର  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance