STORYMIRROR

Pramodini Parichha

Romance

3  

Pramodini Parichha

Romance

ତୁମେ ଆଉ ମୁଁ

ତୁମେ ଆଉ ମୁଁ

1 min
152

ତୁମେ ଥିଲେ ପାଶେ

    ଛୁଇଁ ବନି ମୋତେ

      କେଉଁ ବଇଶାଖୀ ତାତି

ତୁମେ ପରା ମୋର

   ମଳୟ ଚନ୍ଦନ

     ଢାଳିଦିଅ ମଧୁପ୍ରୀତି ।


ତୁମେ ଥିଲେ ପାଶେ

    କାଳ ବୈଶାଖୀ ଟା

      ଚାଲିଯାଏ ମୁହଁ ମୋଡ଼ି

ଯାକି ଯୁକି ହୋଇ

   ଗାଆଁ ଦାଣ୍ଡଟାରେ

      କରୁଥାଏ ମିଛେ ରଡ଼ି ।


ତୁମେ ଥିଲେ ପାଶେ

   ହସେ ଧୂଳି ଝଡ଼

     ମିଛର ଓଢ଼ଣୀ ଦେଇ

ଚରଣ ଯୁଗଳେ

   ମଥାନତ କରି

     ଚାଲିଯାଏ ପାଖ ଦେଇ ।


ତୁମେ ଥିଲେ ପାଶେ

   ତତଲା ପବନ

      ଦିଗ ତାର ବଦଳାଏ

ଚୁନା ଚୁନା ହସ

   ସାଥିରେ ଆଣିକି

     ପ୍ରେମ ସୁଧା ବିଞ୍ଚି ଯାଏ ।


Rate this content
Log in

Similar oriya poem from Romance