ସକାଳ
ସକାଳ
ହୋଇଲା ରଜନୀ ଶେଷ ପାହାନ୍ତି ସମୟ
କ୍ରମେ ଅନ୍ଧକର କମେ ଧାରା ଶୋଭାମୟ ।
ଉଇଁବେ ପୂରୁବ ଦିଶେ ମିହିର ଏ କାଳେ
କେତେ କମ୍ର ଦୃଶ୍ୟ ଏବେ ଦିଶେ ପ୍ରାଚୀ ଭାଲେ ।
ଜଳେ ସ୍ଥଳେ ଛାଇ ଯାଏ ପ୍ରଭାତ ଲାଲିମା
ଆରକ୍ତ ପୀତାଭ ବର୍ଣ୍ଣେ ନଭ ମାଧୁରୀମ ।
କୁସୁମ ବିକସି ବାସ ଛୁଟେ ମହ ମହ
ସଉରଭେ ଦଶ ଦିଶ ସ୍ନିଗ୍ଧ ମଧୁମୟ ।
ବିହଙ୍ଗେ ଏ କାଳେ ଉଠି କଲେଣି କାକଳି
ଚଊ ଦିଗେ ମୁଖରିତ ହୁଏ କାକ ରଡି ।
କାକ ରାବେ ଜୀବେ ସର୍ବେ ଶଯ୍ୟା ପରିହରି
ପ୍ରାତ ଭ୍ରମଣରେ ବେଗେ ଯାଆନ୍ତି ବାହାରି ।
ନିଜ ନିଜ ନିତ୍ୟ କର୍ମେ ବ୍ୟସ୍ତ ଯେ ମାନବେ
ଧାରା ବିଧଉତ ଏବେ ଆନନ୍ଦ -ଅର୍ଣ୍ଣବେ ।
ପ୍ରଭାତ ସୁଷମା କ୍ରମେ ଆସେ ଅପସରି
ଦୃତ ତର ଛୁଟି ଚାଲେ ସମୟ ଲହରୀ ।
କ୍ରମେକ୍ରମେ ଦିନକର ତାପ ଯାଏ ବଢି
ଅନନ୍ତ ଅମ୍ବରେ ସପ୍ତାଶ୍ଵ ସ୍ୟନ୍ଦନେ ଚଢି ।
ଯାନ୍ତି ଦୃତ ତର ସୌର କର ଆସେ ବଢି
ଉଜ୍ଜ୍ୱଳ ମୟୂଖେ ଧାରା ଉଠଇ ଉଜ୍ଜଳି ।