STORYMIRROR

Budhadeba Nayak

Romance

2.8  

Budhadeba Nayak

Romance

ପାଏ ବୋଲି ପ୍ରିୟା ଭଲ

ପାଏ ବୋଲି ପ୍ରିୟା ଭଲ

1 min
219

ତୁମେ ତ ଆସିଛ ଜୀବନରେ ମୋର

                 ସୁନେଲି ସପନ ନେଇ,

ତୁମେ ତ ଫୁଟିଛ ମନ କାନନରେ

                 ଗୋଲାପ ଫୁଲଟେ ହୋଇ ।


କେତେ ପ୍ରେମ ଚିଠି ଲେଖି ନିଜ ହାତେ

                  ତୁମ ପାଶେ ପଠାଇଛି ,

ଭୁଲିଯିବା ପାଇଁ ଯଦି ମନ କହେ

                  ବିବେକ ନାହିଁ କରୁଛି  ।


ମୋ ମନରେ ଯେଉଁ ପ୍ରେମ ନିଆଁ ତୁମେ

                  ଜଳେଇ ଦେଇଛ ସାଥି,

ଜଳି ମୁଁ ସାରିଛି ପାଉଁଶ ସାଜିଛି

                 ସେ ନିଆଁ ଯେ ଏତେ ତାତି  ।


ଚାହେଁ ମୁଁ ତୁମକୁ ତୁମେ ଚାଲି ଆସ

                 ବାଟରେ ସଜେଇ ଫୁଲ,

ଜୀବନ ସାରା ମୁଁ ପ୍ରତୀକ୍ଷା କରିବି

                 ପାଏ ବୋଲି ପ୍ରିୟା ଭଲ   ।


Rate this content
Log in

Similar oriya poem from Romance