Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Classics Others

3  

Satyanarayan Sahoo

Romance Classics Others

ସଂପର୍କ

ସଂପର୍କ

1 min
142


ନିମିଷକ ସ୍ଥାୟୀ ଏହି କ୍ଷଣିକ ସଂସାରେ 

ପ୍ରାଣୀଏ ଆବର୍ଦ୍ଧ ଥାନ୍ତି ସଂପର୍କ ସୂତ୍ରରେ ।


ସଚରାଚର ଜଗତେ ସଂପର୍କ ହିଁ ସତ୍ଯ

ଆପଣାର ପରି ସ୍ନେହ ଦିଏ ସୁସମ୍ପର୍କ ।


ମଧୁମୟ କରି ଗଢେ ମାନବ ଜୀବନ

ଆଶା‐ ଆଶ୍ବାସନା ନବ ଜୀବନ‐ସ୍ପନ୍ଦନ ।


ତାହାକୁ ପାଥେୟ କରି ଜୀବନ ସରଣୀ

ସଂପର୍କ ଆଧାରେ ଥାନ୍ତି ଯେତେ ସବୁ ପ୍ରାଣୀ ।


ସେହି ହିଁ ସଂଚାରେ ସ୍ନେହ ପ୍ରୀତି ପ୍ରେମ ଧାରା

ମଧୁମୟୀ ତାହା ହେତୁ ହୋଇଥାଏ ଧରା ।


ଆନନ୍ଦ ଆମୋଦ ପ୍ରାଣ ମାଧୁର୍ଯ୍ଯ ସୁରଭି

ସଂପର୍କ କୁ ଘେନି ପ୍ରାଣୀ ମାନେ ଥାନ୍ତି ଲଭି ।


ମନେ ଅଭିନବ ଭାବ ବିଭବ ଯୋଗାଇ

ଆପଣାର କରେ ସ୍ନେହ‐ସୁହାସ ବିତରି ।


ସେହି ସଂପର୍କ ହିଁ ପୁଣି ନାନା ଭାବ ରଚି

ଲୋଭ ଈର୍ଷା ବିଦ୍ବେଷାଦି ବୂତ୍ତି ସରଜିଛି ।


Rate this content
Log in

Similar oriya poem from Romance