ଆଖିର ଲୁହ
ଆଖିର ଲୁହ
ବର୍ଷା ବରଷିଲେ ସିନା ନଈ ଟିଏ ହୋଇ ଯାଏ
କିନ୍ତୁ ଆଖିରୁ ଲୁହ ଝରିଗଲେ
ତାକୁ ଓଠ ପିଇଯାଏ ।
ଅକୁହା ଯନ୍ତ୍ରଣା ଅଦେଖା ଲୁହ
ସବୁ କିଛି ମନରେ ମାରି ଦେବାକୁ ହୁଏ
ପାଣି ଠାରୁ ବି ସେ ମହଙ୍ଗା ପଡ଼ିଯାଏ ।
ସୁଖ ହେଉ କିମ୍ବା ଦୁଃଖ
ନୟନ ର ସାଥି ହୋଇ ଝରି ଝରି ଯାଏ
ଜାଣିନି ମୁଁ ସିଏ କେତେ ଝରୁଥାଏ ।
ଝରି ଝରି ମରିଯାଏ ମନ କହୁଥାଏ ଯେତେ
ଲୁଚି ରହିଥାଏ ସେ ନୟନ ରେ
ଧୋଇବାକୁ ମନର କୋହ
ନିରୋଳା ରେ ବସି ଲୁହ ନିଗାଡିଦିଏ ।
ଆଖିର ଲୁହ କୁ ଓଠ କେବେ ପର କରେନା
ଆଖି ଠାରୁ ଓଠ କେତେ ବା ଦୂର ।
ଅନୁତାପ ଅଭିମାନ ଅବସାଦ
ଏ ସବୁ ଲୁହ ର ଭାରି ନିଜର ।
କେତେବେଳେ ନିଃସଙ୍ଗ ର ଦୋସ୍ତି
ଶୈଶବର ଦୁର୍ବଳତା ଚପଳାମି ର ଶାସ୍ତି ।
ବହିଯାଏ ଲୁହ ଆଉ କିଛି ରହିଯାଏ
ପଲକ ର ଅନ୍ତର ରେ
ଓଠ ସିନା ତୁନି ହୋଇ ରହିଯାଏ
କିନ୍ତୁ ଲୁହ କିଛି କହିଯାଏ ।