STORYMIRROR

Sudipta Sundar Mohanty

Romance Classics Inspirational

4  

Sudipta Sundar Mohanty

Romance Classics Inspirational

ସାହିତ୍ୟ ମୋ ବାଲିଘର

ସାହିତ୍ୟ ମୋ ବାଲିଘର

1 min
519


ସମୟର ବେଳାଭୂମିରେ

ହାତ ଧରି ଦୁହେଁ ଚାଲିଥିଲେ କିଛି ଦୂର

କଥା ଦେଇଥିଲ ଚାଲିବା ପାଇଁ 

ସାଥି ହୋଇ ବହୁତ ଦୂର

ତୁମେ ସିନା ହାତ ଛାଡ଼ିଦେଲ

ହେଲେ ମୋ ସାହିତ୍ୟ 

ସିଏ ଛାଡ଼ି ନ ଥିଲା ମୋ ହାତ

ହଁ ଲେଖିଦିଏ ବେଳେ ବେଳେ

ତୁମ ବିରହରେ କବିତାଟିଏ

କେବେ ପୁଣି ଅତୀତର ସ୍ମୃତିକୁ

ତୋଳି ଧରେ କବିତା ରୂପରେ

ମନେ ଅଛି ତୁମର ଦୁହେଁ ଗଢିଥିଲେ

ଆମ ସ୍ୱପ୍ନର ସୌଧ ବାଲିଘରଟିଏ

ଘରଟି ସତ ସତିକା ତିଆରି ହୋଇଥିଲା ସିନା

କିନ୍ତୁ ସେ ସୂଚାଇ ଦେଇ କହିଥିଲା

ଏଠି ସବୁ କ୍ଷଣ ଭଙ୍ଗୁର

ସ୍ଥାୟୀ ନୁହଁ କିଛି ସଂସାରରେ

ସତ୍ୟ କେବଳ ଏଠି ରଚନାତ୍ମକତା

ସେ ସ୍ରଷ୍ଟାକୁ ଉବୁଟୁବୁ କରାଇ ଦିଏ

ତାଆରି ପ୍ରେମରେ.......

ପୁଣି ମିଳେଇ ଯାଏ କୁଆଡେ 

ସ୍ରଷ୍ଟାର କଅଁଳ ଭାବନାକୁ ନେଇ

ଗଢା ହୁଏ ବାଲିଘର

କିଏ ଲେଖିଦିଏ ସ୍ୱଳ୍ପ ଗଳ୍ପଟିଏ

ପୁଣି କିଏ ଲେଖିଦିଏ ସାମାଜିକ ଉପନ୍ୟାସଟିଏ

କିଏ ଲେଖେ ନାଟକ ଖଣ୍ଡେ

କେବେ ଝରି ପଡେ କାହା ଲେଖନୀ ମୁନରୁ

ପ୍ରେୟସୀ ବିରହରେ କବିତାଟିଏ

ସମ୍ପର୍କ ଗଢିଛି ସାହିତ୍ୟ ସହ

କେତେ ଜୁଆର ଆସିବ 

କେତେ ଭଟ୍ଟା ବି ପଡ଼ିଯିବ

ମିଶିଯିବ କିଛି ସାହିତ୍ୟ ବେଳାଭୂମିରେ

କିନ୍ତୁ କେତେକ କାଳଜୟୀ ସାହିତ୍ୟ

ରହିଯିବେ ବାଲିରୁ ଅକ୍ଷତ ଶିଳାଟିଏ ହୋଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance