ତୁମେ ହିଁ ଭଗବାନ
ତୁମେ ହିଁ ଭଗବାନ
ତୁମ ହାତ ଧରି ବାଟ ଚାଲୁଥିଲି
ଥିଲ ତୁମେ ମୋର ଅତି ଆପଣାର
ସୁଖ ରେ ହଉ କି ଦୁଃଖରେ ହେଉ
ବିଚଳିତ ନହୋଇ ଧୈର୍ଯ୍ୟ ଦେଉଥିଲ
ଶିଖାଉଥିଲ ଆଗକୁ ବଢ଼ିବାର ବାଟ
ବଡ ମଣିଷ କରିବା ପାଇଁ
ତୁମ ଇଚ୍ଛା ନ ଥିଲା
ଭଲ ମଣିଷଟିଏ ହେବାକୁ
ତୁମେ ପରାମର୍ଶ ଦେଉଥିଲ
ସାଗର ଠାରୁ ଗଭୀର ତୁମେ
ଆକାଶ ଠାରୁ ବି ବିଶାଳ ତୁମ ଛାତି
ସବୁ ଦୁଃଖ କୁ ପଥର ଭଳି ମୁଣ୍ଡାଇ ରଖିଯାଅ
ଏଇ ଦୁନିଆ ଦାଣ୍ଡ ରେ
ଅସତ୍ ପଥ ରୁ ଟାଣି ଆଣି ସତ୍ ବାଟ ଦେଖାଅ
ନାରିକେଳ ଭଳି ବାହାରକୁ ଟାଣ
କିନ୍ତୁ ଅନ୍ତର ଭିତର ତୁମ ଅତ୍ୟନ୍ତ କୋମଳ
ଈଶ୍ୱର ଙ୍କ ପ୍ରତିରୂପ ଚଳନ୍ତି ଦେବତା
ଉଡିବାକୁ ଚାହିଁଛି
ହାତ ଦୁଇଟି ଟେକି ଦେଇଛ
ଉଡ଼ାଇବା ପାଇଁ ଆକାଶେ
ତୁମ ପାଦ ଧୂଳି ଅମୃତ ଠାରୁ ସେ ବଳି
ମସ୍ତକେ ଲଗାଇ ଆଶିଷ ମାଗେ
ତୁମେ ହିଁ ଜୀବନ୍ତ ଦିଅଁ
ନର ରୂପୀ ନାରାୟଣ ତୁମେ
କରୁଣା ର ଗନ୍ତାଘର ସେନେହ ର ପାରାବାର
ଜୀବନ ର ପୂର୍ଣ୍ଣତା ତୁମ ପାଇଁ ପାଇଛି
ତୁମେ ହିଁ ଭଗବାନ ।
