STORYMIRROR

Sudipta Sundar Mohanty

Inspirational Others Children

3  

Sudipta Sundar Mohanty

Inspirational Others Children

ତୁମେ ହିଁ ଭଗବାନ

ତୁମେ ହିଁ ଭଗବାନ

1 min
337

ତୁମ ହାତ ଧରି ବାଟ ଚାଲୁଥିଲି

ଥିଲ ତୁମେ ମୋର ଅତି ଆପଣାର

ସୁଖ ରେ ହଉ କି ଦୁଃଖରେ ହେଉ

ବିଚଳିତ ନହୋଇ ଧୈର୍ଯ୍ୟ ଦେଉଥିଲ

ଶିଖାଉଥିଲ ଆଗକୁ ବଢ଼ିବାର ବାଟ

ବଡ ମଣିଷ କରିବା ପାଇଁ

ତୁମ ଇଚ୍ଛା ନ ଥିଲା

ଭଲ ମଣିଷଟିଏ ହେବାକୁ

ତୁମେ ପରାମର୍ଶ ଦେଉଥିଲ

ସାଗର ଠାରୁ ଗଭୀର ତୁମେ

ଆକାଶ ଠାରୁ ବି ବିଶାଳ ତୁମ ଛାତି

ସବୁ ଦୁଃଖ କୁ ପଥର ଭଳି ମୁଣ୍ଡାଇ ରଖିଯାଅ

ଏଇ ଦୁନିଆ ଦାଣ୍ଡ ରେ

ଅସତ୍ ପଥ ରୁ ଟାଣି ଆଣି ସତ୍ ବାଟ ଦେଖାଅ

ନାରିକେଳ ଭଳି ବାହାରକୁ ଟାଣ

କିନ୍ତୁ ଅନ୍ତର ଭିତର ତୁମ ଅତ୍ୟନ୍ତ କୋମଳ

ଈଶ୍ୱର ଙ୍କ ପ୍ରତିରୂପ ଚଳନ୍ତି ଦେବତା

ଉଡିବାକୁ ଚାହିଁଛି

ହାତ ଦୁଇଟି ଟେକି ଦେଇଛ

ଉଡ଼ାଇବା ପାଇଁ ଆକାଶେ

ତୁମ ପାଦ ଧୂଳି ଅମୃତ ଠାରୁ ସେ ବଳି

ମସ୍ତକେ ଲଗାଇ ଆଶିଷ ମାଗେ

ତୁମେ ହିଁ ଜୀବନ୍ତ ଦିଅଁ

ନର ରୂପୀ ନାରାୟଣ ତୁମେ

କରୁଣା ର ଗନ୍ତାଘର ସେନେହ ର ପାରାବାର

ଜୀବନ ର ପୂର୍ଣ୍ଣତା ତୁମ ପାଇଁ ପାଇଛି

ତୁମେ ହିଁ ଭଗବାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational