STORYMIRROR

Tarun Mohapatra

Inspirational

3  

Tarun Mohapatra

Inspirational

ବର୍ଷା

ବର୍ଷା

1 min
407

ବର୍ଷାରାଣୀ ଆସେ ଧରଣୀ ବକ୍ଷକୁ

     ମୌସୁମୀର ହାତଧରି

ସବୁଜ ରଙ୍ଗର ପାଟ ଶାଢୀ ପିନ୍ଧି

     ମୁଣ୍ଡରେ ନୀଳ ଉତ୍ତରୀ

ପ୍ରକୃତିର ହାତେ ନବ କିଶଳୟ

   ମଲ୍ଲିଚମ୍ପା ଜୁଇ ଜାଇ

ସ୍ଵାଗତ କରୁଛି ବରଷା ରାଣୀକୁ

  ସୁଗଂଧିତ ପୁଷ୍ପଦେଇ।

ସବୁଜ ବନାନୀ ହସି ଉଠିଲାଣି

   ଆକାଶରେ ମେଘମାଳା

ପ୍ରେମ ରେ ଝୁମନ୍ତି ବେଙ୍ଗ ଓ ବେଙ୍ଗୁଲି

   ପୋଖରୀ ତୁଠରେ ମେଳା

ନାଲି ଶାଢୀ ପିନ୍ଧି ସାଧବ ବୋହୁ

      ଘାସ ଗାଲିଚାରେ ଧାଏଁ

କଳାମେଘ ଦେଖି ନାଚିଲାଣି ଶିଖୀ

      କାନନ ଶୋଭା ବଢାଏl

ସବୁଜ ବନାନୀ ହସି ଉଠିଲାଣି

   ଆକାଶରେ ମେଘମାଳା

ପ୍ରେମ ରେ ଝୁମନ୍ତି ବେଙ୍ଗ ଓ ବେଙ୍ଗୁଲି

 ପୋଖରୀ ତୁଠରେ ମେଳା।

ଚାଷୀଭାଇ ହଳ ଲଙ୍ଗଳ ସଜାଡେ

     ମନ ହେଲାଣି ଉଛନ୍ନ

ଵେଉଷଣ ବେଳ ଗଡିଯିବ କାଳେ

ଶ୍ରାବଣର ଧାରା କରେ ଵାଟଵଣା

      ପ୍ରେୟସୀ ଚିତ୍ତ ବ୍ୟାକୁଳ

ଆକାଶକୁ ଚାହିଁ ରହିଛି ଅନାଇଁ

    ଚିତ୍ତ ହୁଅଇ ଚଞ୍ଚଳ ।  

ମେଘ ହାତେ ଦିଏ ପ୍ରେମର ଚିଟୋଉ

      କାହିଁ କେତେଦୂରେ ପ୍ରିୟ

ନୀଳ ଆକାଶରେ ବିଜୁଳି ଚମକେ

      ମନେ ଆସଇ ସଂଶୟ

ଚାଷୀଭାଇ ହଳ ଲଙ୍ଗଳ ସଜାଡେ

     ମନହେଲାଣି ଉଛନ୍ନ

ଵେଉଷଣ ବେଳ ଗଡିଯିବ କାଳେ

         ଲାଗେ ଖାଲି ଛନଛନ।

ଆକାଶରେ ଶୋଭାପାଏ ଇନ୍ଦ୍ରଧନୁ

      ସପ୍ତରଙ୍ଗ ସମାହାରେ

ଚନ୍ଦ୍ରମା ଚାହି଼ଛି କୁମୁଦିନୀକୁ

     ପ୍ରସ୍ଫୁଟିତ ସରୋବରେ।

ବାଳକେ ନାଚନ୍ତି ମନ ଆନନ୍ଦରେ

     କାଗଜ ଡଙ୍ଗା ହାତରେ

କାଦୁଅ ପାଣିରେ ନାଚନ୍ତି ଠାଣିରେ

  ଵସ୍ତାନି ମଥା ଉପରେ ।

ସବୁଆଡେ ଖେଳେ ଆନନ୍ଦ ଉଲ୍ଲାସ

    ବର୍ଷାରାଣୀ ଆଗମନେ

ରୋଦ୍ର ପ୍ରକୋପରୁ ମିଳିଲା ନିସ୍ତାର

       ତ୍ରାହି ତ୍ରାହି କଲେ ଜନେ ।  

ହସିବ ଧରଣୀ ହେଵ ପୁଷ୍ପରାଣୀ

    ଫୁଲଫଳ ଵକ୍ଷେ ଧରି

ଜୀବ ଜଗତର ହୋଇବ କଲ୍ୟାଣ

     ଦୁଃଖ ଯିଵ ଅପସରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational