STORYMIRROR

ASHWINI KUMAR BAG

Inspirational

3  

ASHWINI KUMAR BAG

Inspirational

ପଞ୍ଚଶୀଳ ନୀତି

ପଞ୍ଚଶୀଳ ନୀତି

1 min
512


ଜୀବ ହିଂସାରୁ ମୁଁ

ରହିବି ଅଲିପ୍ତ,

ପ୍ରତି ପ୍ରାଣୀ ପାଇଁ ଥାଉ

ଦୟା ପ୍ରେମ ପ୍ରୀତି ।

ଏହି ଶିକ୍ଷା ଦିଏ ମତେ

ପଞ୍ଚଶୀଳ ନୀତି ।।


ଅନ୍ୟର ଦରବ ପ୍ରତି

ନ ରହୁ ମୋ ଲୋଭ,

କରିବିନି କେବେ ହେଲେ

ମୁଁହିଁ ଚୌର୍ଯ୍ୟବୃତ୍ତି ।

ଏହି ଶିକ୍ଷା ଦିଏ ମତେ

ପଞ୍ଚଶୀଳ ନୀତି ।।


ନେବି ନାହିଁ କେବେ

ମିଥ୍ୟାର ଆଶ୍ରୟ,

ଦେବି ନାହିଁ କେବେ

ମିଥ୍ୟା ପ୍ରତିଶୃତି ।

ଏହି ଶିକ୍ଷା ଦିଏ ମତେ

ପଞ୍ଚଶୀଳ ନୀତି ।।


କରିବିନି କେବେ ପ୍ରତାରଣା,

ହେବି ନାହିଁ ବ୍ୟଭିଚାରି

ଲଭିବାକୁ ଶାରୀରିକ ତୃପ୍ତି ।

ଏହି ଶିକ୍ଷା ଦିଏ ମତେ

ପଞ୍ଚଶୀଳ ନୀତି ।।


କରିବିନି ସୁରାପାନ,

ମଦ୍ୟମାଦକ ଦ୍ରବ୍ୟପ୍ରତି

ନ ରଖି ଆସକ୍ତି ।

ଏହି ଶିକ୍ଷା ଦିଏ ମତେ

ପଞ୍ଚଶୀଳ ନୀତି ।।


ମନ ମୋର ସମର୍ପିତ

ବୁଦ୍ଧ ଧମ୍ମ ପ୍ରତି ।।

ନିଜ ଦୀପ ନିଜେ ଜଳାଇବି

ଏହି ଶିକ୍ଷା ଦିଏ ମତେ

ବୁଦ୍ଧଙ୍କର ନୀତି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational