STORYMIRROR

ASHWINI KUMAR BAG

Abstract

4  

ASHWINI KUMAR BAG

Abstract

ମୁଠାଏ ପଖାଳ

ମୁଠାଏ ପଖାଳ

1 min
23.6K

ମୁ ଏ ମାଟିର ଚଷା ପୁଅ

ସାରା ସମାଜକୁ ଯୋଗାଏ

ଅନ୍ନର ଆସର

ହେଲେ ମୁ ଗଣ୍ଡେ ଖାଇ

ଦଣ୍ଡେ ବଞ୍ଚେ,

ମୋ ମେରୁଦଣ୍ଡକୁ ଦିଏ ଭାଙ୍ଗି

ଦାରିଦ୍ରତାର ପ୍ରହାର

ତଥାବି ମୁ ସ୍ୱାଭିମାନୀ

ମୁ ମାଟିର ମଣିଷ

ମୋ ରକ୍ତକୁ ପାଣି ଛଡାଇ

ପୋଷେ ଏ ଜଗତ

ଲୋଡି ନାହିଁ କେବେ

ସୁମିଷ୍ଟ ପଳାଉ ବିରିୟାନି ଭାତ

ମୁ ଏତିକି ଛାହେ

ମିଳୁଥାଉ ମତେ ପ୍ରତିଟି ସକାଳ

ମୋ ଅମୃତ ତୁଲ୍ୟ ମୁଠାଏ ପଖାଳ


ମୁ ଖଟିଖିଆ,ଦିନ ମଜୁରିଆ

ମୁଣ୍ଡ ଝାଳ ତୁଣ୍ଡେ ମାରି

ସହି ଯାଏ ଶୀତ କାକର,

କେତେ ଝାଞ୍ଜିଖରା

ତୁମେ ତ ନିତି ଖାଅ ବାବୁ

ସୁମିଷ୍ଟ ଆହାର,

ହେଲେ ମୋ ପାଇଁ

ମାଣ୍ଡିଆ ପେଜ ତୋରାଣୀ ସାହାରା

ବାବୁ !

ମୁ ହୋଇପାରେ ଗରିବ

ହେଲେ କାହା ଆଗେ କେବେ

ବଢ଼ାଇନି ହାତ

କର୍ମକରି ପୋଷେ କୁଟୁମ୍ବ ଜଞ୍ଜାଳ,

ତୁମ ସୁସ୍ୱାଦୁ ବ୍ୟଞ୍ଜନଠୁ

ଶହେ ଗୁଣ ଭଲ

ମୋ ମୁଠାଏ ପଖାଳ ଭାତ


ହେ ପାଠକେ

ଆଜିବି ଅନେକ ଲୋକ

ଅନାହାରେ କାଟୁଛନ୍ତି ଦିନ

ଦାରିତ୍ରତାର କଷାଘାତ

କରେ କବଳିତ,

ମୁଠାଏ ଦାନା ବି

ତାଙ୍କ ପାଇଁ ସାତ ସପନ


ହେ ବନ୍ଧୁ  

ଦରଦୀ ଦୃଦୟେ ବଢ଼ାଅ

ସହଯୋଗର ହାତ

ପ୍ରତି ତୁଣ୍ଡକୁ ମିଳୁଥାଉ

ଓଡ଼ିଆର ପ୍ରିୟ ଖାଦ୍ୟ

ମୁଠାଏ ପଖାଳ ଭାତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract