STORYMIRROR

Anadi Seth

Abstract

4  

Anadi Seth

Abstract

ମୋ ମାଁର ଅନ୍ୟ ନାଁ ମୋ ଗାଁ

ମୋ ମାଁର ଅନ୍ୟ ନାଁ ମୋ ଗାଁ

1 min
1.9K

ଓଡ଼ିଶା ପ୍ରଦେଶେ ପଶ୍ଚିମାଞ୍ଚଳେ

               ମୋ ମାଆର ଯେ ପ୍ରଶସ୍ତ ହୃଦ 

ଜିଲ୍ଲା ବଲାଙ୍ଗୀରେ ରହିଛି ସ୍ୱଚ୍ଛଳେ

            ଯୋଗାଏ ସକଳ ମୁଖେ ସେ ଖାଦ ।


ବୀର ପ୍ରସବିନୀ ପୃଥିବୀ ନନ୍ଦିନୀ

                ଯାର କୃଷି କାର୍ଯ୍ୟ ପ୍ରଧାନ ଅଙ୍ଗ

ଶିକ୍ଷା ସଂସ୍କୃତିର ଅଟେ ଗନ୍ତାଘର              

             ପୁନଃ କଳା କୀର୍ତ୍ତିର ସ୍ଫୁରେ ରଙ୍ଗ ।


ଆଦିମ ବିଚାର ସଙ୍ଗେ ଆଧ୍ୟାତ୍ମିକ

              ପୁଣି ଯେ ଅତ୍ୟାଧୁନିକତାର ଛାପ

ସଂସ୍କାରିତ ଯାର ପରମ୍ପରା ରାଜି

             ଜାଳେ ମାଁ ବିଶ୍ୱ ଦରବାରେ ଦୀପ ।


ଜ୍ଞାନୀ ଗୁଣୀ ମାନୀ ସଜ୍ଜନ ପ୍ରବର

               ପୁନଃ ବୁଦ୍ଧିଜୀବିଙ୍କର ଏହା ସ୍ଥଳ

ଦେଶ ପ୍ରେମୀ ରାଷ୍ଟ୍ରଭକ୍ତଙ୍କ ଏ ଭୂମି

             ଯହିଁ ଭାଇଚାରା ସୃଷ୍ଟେ ଆତ୍ମବଳ ।


ପାହାଡ଼ ବନ ସବୁଜିମା କ୍ଷେତ୍ର

               ସଙ୍ଗେ ସୁଶୋଭିତ ଆମ୍ର ତୋଟା

କଳ କଲ୍ଲୋଳିନୀ ଅଙ୍ଗ ସ୍ରୋତସ୍ୱିନୀ

              ଦିଏ ପର୍ଯ୍ୟଟନ ଭୋଜିର ଛଟା।


କ୍ରୀଡ଼ା ଜଗତରେ ଅଦ୍ଵିତୀୟ ଟେକ

            ପଡ଼ୋଶୀ ଗ୍ରାମେ ଗ୍ରାମେ ତାର ଖ୍ୟାତି

ହସ୍ତ ଦଣ୍ଡ ପେଣ୍ଡୁ ପଦାଘାତ ପେଣ୍ଡୁ

            ଖେଳେ ତା ନାଁ ରଖିଣ ସର୍ବଦା ଏକ ।


ଆବର ଭକ୍ତ ପ୍ରବରଙ୍କ ରହିଛି ଭିଡ଼

              ହରି ନାମରସକୁ ପ୍ରଚାରନ୍ତି ସର୍ବତ୍ର

ଗୌଡ଼ିୟ ସଂକୀର୍ତ୍ତନ୍ୟ ମୃଦୁଙ୍ଗ ତାଳେ

            ନାଶି କଳୁଷ କରନ୍ତି ଜଗତ ପବିତ୍ର ।


ଭିକାରୀ ନଫେରେ ରିକ୍ତ ହସ୍ତେ କେବେ

             ହସେ ପୂର୍ଣ୍ଣମୁଣି ବୋହି ଶ୍ରମ ଝାଳେ

ଭିକ୍ଷୁକ ନ ମଣି ଇତର ଜୀବନ

             ବିତରେ ପୁତ୍ରସ୍ନେହ ସଦା କାଳେ ।


ଆବାଳ ବୃଦ୍ଧ ବନିତା ସକଳେ

                ନର ନାରୀ କର୍ତ୍ତବ୍ୟ ପରାୟଣା

ଅବହେଳାକୁ ପଦାଘାତ କରେ

             ଖାଏ ଅଧ୍ୟବସାୟୀ ସମ୍ମାନ ଚଣା ।


ଗାଈଗୋରୁ ସଙ୍ଗେ ମେଷ ପାଳନ

                ଆବର ମତ୍ସ୍ୟାଦି ଶୁକର ଚାଷୀ

କୃଷି କରନ୍ତି ନିଜ କୁଳ ବେଉସା

              ସମୃଦ୍ଧେ ଦେଶୀୟ ଅର୍ଥ ରାଶୀ ।


ଭାଷ୍କର୍ଯ୍ୟ ସମ୍ମାନେ ମାନବିକତା

              ବିକଶେ ସସ୍ନେହେ ଆଦରି ସର୍ବେ 

ସେ ନିମିତ୍ତେ ବୁଦ୍ଧଜନେ ଲାଳାୟିତ

             ଜନ୍ମି ଖେଳିବାକୁ ତା ପୁଣ୍ୟ ଗର୍ଭେ ।


ଇହ ପର କାଳର ସଦଗତି ଦାତ୍ରୀ

              ମାଁ ମୋ ଡୁଡୁକା ଗ୍ରାମ ମୋ ହିତେ 

ଜନ୍ମେ ଜନ୍ମେ ମାତ ତୋ କୋଳେ ଆଶ୍ରୟ

           ଦେବୁ ଗୋ ଜନମ ଦେଇଣ ମୋତେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract