STORYMIRROR

Anadi Seth

Abstract Tragedy Crime

3  

Anadi Seth

Abstract Tragedy Crime

ମାତୃଶକ୍ତି ଓ ମମିତା

ମାତୃଶକ୍ତି ଓ ମମିତା

2 mins
1.0K


ଛପନ ଭୋଗରେ ଲୟ ଅଛି ମୋର

                ଦୁନିଆଁ ବୁଡ଼ିଲେ କାହାର ଗଲା

ମମିତା ମରଣେ ଅବା ପରୀ ଧର୍ଷଣେ

               ଭାଇ ମୋର କି ଗଲା ଆସିଲା !


ନାଟକ ପ୍ରିୟ ମୁଁ ରସିକରାଜ

                ପର ଦୁଃଖ ସୁଖେ କି ମତଲବ

କରୋନା ହେଉକି ମମିତା ମରୁ

              ମୋତେ ପୂଜାର୍ଚ୍ଚନା ଟି କରୁଥିବ !


ଜାଣିନ କି ତୁମେ ଗୋବିନ୍ଦମୋ ନାମ

               ମୁଁ ଯେ କେତେ ବଡ଼ କଳାକାର

ନେତା ପୁଲିସି ଠୁଁ ମଦୁଆ ପର୍ଯ୍ୟନ୍ତେ

              ଏଠି ସମସ୍ତେ ମୋ ବୋଲ କର !


କାହାକୁ ମାରିବି କାହାକୁ ଧର୍ଷିବି

                 ତୁମେ ଭାବି ପାରିବନି ମନେ

ଅନ୍ୟାୟ ବିରୁଦ୍ଧେ ଯେ ମୁହଁ ଖୋଲିଲା

               ତାକୁ ତୁରନ୍ତ ଭେଜେଁ ଶମନେ !


ଯଜ୍ଞ କର୍ମ ସଙ୍ଗେ ଯେତେ ପୂଜାବିଧି

                 ସବୁ ଆଡମ୍ବରେ କରାଏଁ ମୁହିଁ

ମାତ୍ର ଭୋକିଲା ପେଟେ ଅନ୍ନ ମୁଁ ଦିଏନି

               ତାକୁ ମାରେ କ୍ଷୁଧା ହୁତାଶନେ !


କରୋନା କାଳେ ସର୍ବେ ଗୃହବନ୍ଦୀ

                ମାତ୍ର ରଥଯାତ୍ରା ମେଳା ଚାଲେ

ପଢ଼ାଛୁଆ ପଛେ ମୂର୍ଖ ହୋଇ ଯାଆନ୍ତୁ

             କିନ୍ତୁ ସ୍କୁଲ ବନ୍ଦ ହେଉ ସବୁବେଳେ !


ଧନୀକୁ ସର୍ବଦା ମୁଁ ଧନ ଦେଉଥାଏଁ

              ଯେମିତି ଲେଲିଆ ମୁଣ୍ଡରେ ତେଲ

ମାତ୍ର ନିର୍ଧନର ପେଟେ ଲାତ ମାରେ

             ତାକୁ ଧର୍ମ ଜାଲେ କରେ ଗେଲ !


ନୈଷ୍ଠିକ ଧାର୍ମିକକୁ ଲମ୍ପଟ କରାଏଁ

                କରେ ନ୍ୟାୟବନ୍ତକୁ ହଟହଟା

ଚରିତ୍ର ହୀନକୁ ମୁଁ ବ୍ୟାସପଦ ଦିଏ

               କରେ ସତ୍ୟବାଦୀକୁ ଲଜ୍ଜାପିଟା


ଭାରତ ସାମ୍ରାଜ୍ୟେ ରାଜନୀତି ମୋର

                 ଯହିଁ ଧର୍ମନାମୀ ଶାସନ କଳ

ଠାବେ ଠାବେ ଛନ୍ତି କାଳନେମୀ ମାନ

                ମୋର କୁକର୍ମେ ଦିଅନ୍ତି ବଳ !


ଧର୍ମ ନାଁରେ ସୃଷ୍ଟିଛି ସମ୍ପ୍ରଦାୟୀକତା

                ଲଢ଼ାଏଁ ମାନବ ମାନବ ମ6ଧ୍ୟ

ନର ରୂପେ ମୁଁ ନାରାୟଣ ସାଜେ

                ମାରେ ସମସ୍ତଙ୍କୁ ଗୃହଯୁଦ୍ଧେ !


ନ୍ୟାୟ ପାଇଁ ଖୋଲିଛି ନ୍ୟାୟାଳୟ

                 ଦୋଷୀ ଧାରଣେ ଥାନା ମାନ

ମାତ୍ର ଅପରାଧୀ ମୋ ପରମ ମିତ୍ର

              ତାକୁ ଆଖୁ ବାଡ଼ିରେ ଦିଏ ସ୍ଥାନ


ସଭ୍ୟ ସମାଜ କୁହେ ନାରୀ ଜନନୀ

             ମାତ୍ର ଏ ଗୋବିନ୍ଦ ମାନେନି ତାହା

ନାରୀ କାୟା ଯୌନଯନ୍ତ୍ର ମୋ ପାଇଁ

                ଯିଏ ଶୃଙ୍ଗାର ପାଇଁ କି ସାହା !


ଜନ ସେବା ପାଇଁ କୋଟି କୋଟି ଟଙ୍କା

                   ମୁଁ ମଞ୍ଜୁରୀ କରଇ ନିତି

ସେଇଠୁ ଅଧାରୁ ଅର୍ଦ୍ଧେକ ପଇସା

                 ମିତ୍ର ଦୁର୍ଜନ କରନ୍ତି ଶାନ୍ତି !


ବଳକା ଯେତକ ଭାଗ ବଣ୍ଟା ହୁଏ

                 ଯନ୍ତ୍ରୀ ଠିକାଦାରଙ୍କ ମେଳେ 

ଚାରିଭାଗରୁ ଭାଗେ କାର୍ଯ୍ୟ ହୁଏ

                 ପୁଣି ଅପୂର୍ଣ୍ଣ ଗୃହଟି ମିଳେ !


ଯଦି ପ୍ରତିବାଦ କରେ କେବେ କିଏ

                  ତାକୁ ରାସ୍ତାରୁ ହଟାଇ ନିଏ

ଛୋଟମୋଟ କ୍ଷତି ନକରି ତାହାର

                  ତାକୁ ଜୀବନରୁ ମାରି ଦିଏ


ସାକ୍ଷ ପ୍ରମାଣ ସବୁ ହେଁ ଥିଲେ ହେଁ

                ତାକୁ ନ୍ୟାୟ ଦିଏନି କେବେ

ନ୍ୟାୟ ତନ୍ତ୍ରରେ ବି ମୋ ଲୋକ ଥାନ୍ତି

             ଚି଼ହ୍ନିବ ନ୍ୟାୟାଳୟ ଯିବ ଯେବେ !


ପ୍ରାଚୀନ ଯୁଗରେ ଦାନଵଙ୍କ ବାସ

                ଥିଲା ବନେ ଅବା ଲଙ୍କାଗଡ଼େ

ମାତ୍ର ଆଜ ମୁଁ ସର୍ଜିଛି ସର୍ବତ୍ର

                ନର ରାକ୍ଷସଙ୍କୁ ଘରେ ଘରେ !


ଏଠି କିଏ ଈଶ୍ୱର କିଏ ଦାନଵ   

              ତୋ ଚି଼ହ୍ନିବାରେ ହେବ ମୁସ୍କିଲ୍ !

ଗୋବିନ୍ଦ ମୋ ନାମ ମୁଁ ହିଁ ଈଶ୍ୱର

                ହତ୍ୟା ମିଥ୍ୟା ମୋର ରୁସ୍କିଲ !


ମଦ ମାଂସ ସଙ୍ଗେ ସୁନ୍ଦରୀ ଲଳନା

                 ଶୁଅନ୍ତି ଟଙ୍କାର ସୁକ୍ଷ୍ମ ଶେଜେ

ମନ୍ତ୍ରୀ ସାଜନ୍ତି ଷୋଳବର୍ଷୀୟ ଯୁବକ 

               କରନ୍ତି ବାଳ ବିନୋଦ ଜେଜେ !


ଅର୍ବଖର୍ବ ଟଙ୍କା ନିୟୋଜିତ କରି

                ଦିଏ ବୈଷୟିକ ବିଦ୍ୟା ଯେତେ

ମାତ୍ର ବ୍ରହ୍ମବିଦ୍ୟା ଶିକ୍ଷା ନ ବିତରେ

             ଯେଣୁ ମୁଁ ନରହେ କାହାର ହିତେ !


ଶିକ୍ଷାନୁଷ୍ଠାନ ମୋ ପାଇଁ ପଇସା ଗଛ

                 ମୋର ଶିକ୍ଷାଦୀକ୍ଷା ବା କାହିଁ 

ଶିକ୍ଷା ଆଢୁଆଳେ କରେ ବିଭତ୍ସ କାଣ୍ଡ

                ଯାର ଦୟାକ୍ଷମା କିଛି ନାହିଁ !


ଏଠି ମୁଁ ହିଁ ମାଲିକ ମୁଁ ହିଁ ତ ସର୍ବସ୍ବ

            ଖାଲି ମୁଁ... ମୁଁ... ମୁଁ... ମୁଁ... ମୁଁ

ମୋ ଅଙ୍ଗୁଳି ନିର୍ଦେଶେ ନାଚିବ ସର୍ବେ

             ମୁଁ ମାୟାପତି ନିର୍ଦୟ ମୁଁ !


ଏ ଯୁଗର ମୁଁ ରୂପୀ(ଟଙ୍କା )ଭଗବାନ

                ବହୁରୂପୀ ଏଣ୍ଡୁଅ ଠୁଁ ଭୟଙ୍କର

ଧୋତି ବି ପିନ୍ଧେ ବ୍ଲେଜର୍ ବି ପିନ୍ଧେ

              କରେ ଭଦ୍ର ରୂପେ ଅତ୍ୟାଚାର ! 


 ଏଇତ ମୋ ବିଶ୍ୱ ବ୍ରହ୍ମାଣ୍ଡ ରଚନା

                ଏ ମାୟାପୁରୀ ଭାରତ ଭୂମି

କଳିକାଳ ଧ୍ବଂସ ତାଣ୍ଡବ ମୁଁ ରଚେ

                ଶିଷ୍ଟ ରକ୍ତ ପିଇ ଝୁମି ଝୁମି !


ଆରେ ଚୁପ୍ ଏକଦମ୍ ଚୁପ୍

ବନ୍ଦ କର୍ ତୋ ମିଥ୍ୟା ପ୍ରବଞ୍ଚନା

                 ବନ୍ଦ କର୍ ତୋ ବାହାସ୍ପୋଟ

ଭାରତୀ ମାଁ କୁ ଚି଼ହ୍ନି ନାହୁଁ ତୁହି

                ହେଉ ଅକାରଣେ ତୁ ଉତ୍କଟ !


ମାତୃଶକ୍ତିର ପରାକାଷ୍ଠା ତୋରେ

                  କଣ ଜଣା ନାହିଁ ମୂର୍ଖ ଶଠ

ମାନବ ହୁଅ କି ଦାନଵ ତୁହିରେ

                ଧୂର୍ତ୍ତ ମାତୃକୋପେ ଯିବୁ ନଷ୍ଟ !


ଯୁଗେ ଯୁଗେ ଅଛି ଇତିହାସ ସାକ୍ଷ

                 ସର୍ବେ ପରାଜିତ ମାତା ପଦେ

ଭାରତ ବକ୍ଷରେ ବଞ୍ଚିବାକୁ ହେଲେ

             ତୁରେ ଶରଣ ନିଅ `` ମାଁ ´´ ଶବ୍ଦେ !


ଅନ୍ୟଥା ତୋହର ଵିଧ୍ଵଂସ ନିଶ୍ଚୟ

                 ତୋର ନରହିବ ଚି଼ହ୍ନବର୍ଣ୍ଣ 

ପାପିଷ୍ଠ ମହିଷାତୁଲେ ଶୀଘ୍ର ନାଶଯିବୁ

                 ଯଦି ଖାଉ ବି ଅମୃତ ଅନ୍ନ !



Rate this content
Log in

Similar oriya poem from Abstract