STORYMIRROR

Anadi Seth

Abstract Romance Classics

4  

Anadi Seth

Abstract Romance Classics

ରାଧାକୃଷ୍ଣ

ରାଧାକୃଷ୍ଣ

1 min
1.0K

 ପ୍ରେମର ନାହିଁଟି ଇତି 

                  ଯହିଁ ରହିଛି ଅପାର ପ୍ରୀତି 

ଏହି ପ୍ରୀତି ହେବ ଚୀରସ୍ମୃତି 

                 ଏତ ସଜପୁଷ୍ପ ବାସ ନିତି ।


ଏତ ଅମ୍ଳାନ ମିଳନ ସାଥି 

                 ଯହିଁ ମଳିନ ନପଡେ଼ ରାତି 

ମୁଁ ସତ୍ୟବାନ ତୁମେ ସତୀ 

               ଯହିଁ ସମ୍ଭୋଗର ନାହିଁ ରୀତି ।


ଏଠି ମିଳନ ହୁଅଇ ନିତି 

               ମାତ୍ର ନରୁହନ୍ତି କେ'କାହା କତି 

ଏତ ଜୀବ ପରମର ପ୍ରୀତି 

               ଯାହା ନବୁଝେ ମାନବ ଜାତି ।


ଯାର ନିତ୍ୟ ନିରନ୍ତର ଗତି 

                 ବାଣ୍ଟେ ଅମୀୟ ଭରା ଶାନ୍ତି 

କରେ ଚିନ୍ତନେ ସ୍ପନ୍ଦିତ ଛାତି 

                ପାଏ ବିଷାଦଟି କାୟା ଅତି ।


ଏଠି କିଏ ପତ୍ନୀ କିଏ ପତି 

                  କରେ ଭ୍ରମିତ ମୁନିଙ୍କ ମତି 

ପୁଣି ସନ୍ତାନ ହୁଏ ଉତ୍ପତ୍ତି 

               ଯହିଁ ଲେଶ ମାତ୍ର ନାହିଁ ରତି ।


ଏହି ଜୀବନ ଯାଉ ଗୋ ବିତି 

                 ଥିବା ସ୍ମୃତିଚାରଣରେ ମାତି 

ଥାଇ ପ୍ରେମରେ ଉଭୟ ଚେତି 

               ମର୍ତ୍ତ୍ୟେ ସୃଜିବା ଅମରାବତୀ ।


Rate this content
Log in

Similar oriya poem from Abstract