STORYMIRROR

Anadi Seth

Abstract Children

3  

Anadi Seth

Abstract Children

ଗୁରୁ ଶିଷ୍ୟ

ଗୁରୁ ଶିଷ୍ୟ

1 min
304

ପ୍ରାଚୀନ କାଳର ଶିକ୍ଷା ପରମ୍ପରା 

      ଥିଲା ଗୁରୁ ଶିଷ୍ୟ ଭାବେ ବନ୍ଧା

ମାତ୍ର ଅର୍ବାଚୀନେ ବିପରୀତ କାର୍ଯ୍ୟ  

     ଚାଲିଛି ଗୁରୁକୁଳ ନୀତି ନିନ୍ଦା !!


ପୁରା ସଂସ୍କୃତିରେ ଗୁରୁ ଭଗବାନ 

       ଥିଲେ ଗୁରୁ ପିତାମାତା ସର୍ବ

ଆଶ୍ରମରେ ରହି ଶିକ୍ଷା ପ୍ରାପ୍ତୁଥିଲା 

      ତେଜି ସକଳ ମନରୁ ଗର୍ବ !!


ଅଭିମାନ ତେଜି ସ୍ୱାଭିମାନୀ ଥିଲା 

       ଶିଷ୍ୟ ଆଜ୍ଞାବହ ଗୁରୁଙ୍କର 

ଗୁରୁ ବାକ୍ୟ ତାର ମନ୍ତ୍ର ତୁଲ୍ୟ ଥିଲା 

      ପୁଣି ବିନୟ ତା ଅଳଙ୍କାର!!


ତାଳପତ୍ର ପୋଥି ଗୁରୁଙ୍କ ବଚନ 

       ଥିଲା ମାଧ୍ୟ୍ୟମଟି ପୁସ୍ତକର

ସେଥିରେ ଶିଷ୍ୟ ଅଧ୍ୟୟନ କରି 

     ତତ୍ତ୍ୱ ଜାଣୁଥିଲା ଏ ସଂସାରର!! 


ଗୁରୁଙ୍କ ମୂର୍ତ୍ତିକୁ ଧ୍ୟାନମଗ୍ନେ ସ୍ମରି 

      ସିଏ ଅର୍ଜୁଥିଲା ଅସୀମ ସ୍ମୃତି

ଗୁରୁପଦ ସେବି ଆୟୁଷ୍ମାନ ହୋଇ 

     ପୁଣି ଲଭୁଥିଲା ଅମର କୀର୍ତ୍ତି!!


ବିଦ୍ୟାଶେଷେ ଶିଷ୍ୟ ଦକ୍ଷିଣା ଦେଇକି 

     ଯେବେ ବାହୁଡ଼ୁଥିଲା କ ଗୃହେ 

ଗୁରୁବାଣୀକୁ ତାର ପାଥେୟ କରିଣ 

    ବଞ୍ଚେ ପଦ୍ମପତ୍ର ଜଳ ପ୍ରାୟେ !!


ସୁସଭ୍ୟ ସମାଜ ଗଢ଼ିବା ପାଇଁକି  

        ତାର ବ୍ରତଥାଏ ଜୀବନର 

ଗୁରୁଭକ୍ତି ଯୋଗୁଁ ପଥ ହୁଡ଼େ ନାହିଁ 

     ପାଳେ ନିର୍ଦ୍ୱନ୍ଦେ ତା କରମର!!


ସ୍ନେହ ଶ୍ରଦ୍ଧା ପ୍ରୀତି ଶାନ୍ତି କ୍ଷମା ଗୁଣେ 

      ହୁଏ ଆଦର୍ଶ ସ୍ଥାନୀୟ ବ୍ୟକ୍ତି 

ଗୁରୁ ପାଦ ପଦ୍ମେ ସ୍ମରଣ କରିଣ 

     ଲଭେ ଶାନ୍ତିର ସେ ଅଭିବ୍ୟକ୍ତି!!


ଗୁରୁ ବ୍ରହ୍ମା ହରି ଶଙ୍କରଙ୍କ ରୂପ 

       ପୂଜ ଶ୍ରଦ୍ଧାସୁମନ ସମର୍ପି

ଗୁରୁ ହସିଲେଟି ଜଗତ ହସିବ  

    ମନେ ହେଜ ହେ ବୁଝ ଯଦ୍ୟପି !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract