କିଛି ବ୍ୟକ୍ତି ଙ୍କ ସ୍ବଭାବ
କିଛି ବ୍ୟକ୍ତି ଙ୍କ ସ୍ବଭାବ
ପୁଣ୍ୟ ପ୍ରୀତି ଭାବ ମଧୁର ବିଭବ
କଥାରେ ଛଳନା ବହ୍ନି ,
ଯେତେ ଚତୁରତା କଥା ମଧୁରତା
ତଥାପି ବି , ହୁଏ ଚିହ୍ନି।
ଶଠତାର ଛାଇ ଥାଏ ଘେରି ହୋଇ
ମନରେ ନୁହନ୍ତି ଧନୀ ,
ଯେଉଁ ବିଜ୍ଞ ଜନ ନଜାଣେ ସମ୍ମାନ
ହୋଇଥାନ୍ତୁ ଯେତେ ଜ୍ଞାନୀ ।
ଛଳନା , ଶଠତା ମିଛରେ ସଭିଙ୍କୁ
କରେ ଯିଏ ଆକର୍ଷିତ ,
ମଧୁରତା ବର୍ଷି ବିଷକୁ ପରୋଷି
ନିରବେ ମାରନ୍ତି ସତ।
ସେ ଜନର ମନେ ଭାବ କି , ବନ୍ଧନେ
ନଥାଏ ତିଳେ ଆବେଗ ,
ମନ ପୂର୍ଣ୍ଣ କୁମ୍ଭ ଶ୍ରଦ୍ଧାର ଅଭାବ
ସେହି ବ୍ୟକ୍ତିଙ୍କ ସ୍ଵଭାବ।
ତେଣୁ ବାଇମନ ରଖି ନିଜ ମାନ
ପଥେ ଦେବ ପରିଚୟ ,
ନରହିବ ପୀଡ଼ା ଅଜୀର୍ଣ୍ଣ ଝଗଡ଼ା
ଯୁଗ କରୁଥିବ ଜୟ।
