STORYMIRROR

Bidyadhar Mantry

Abstract Inspirational Others

3  

Bidyadhar Mantry

Abstract Inspirational Others

ଆରମ୍ଭ ଓ ଶେଷ

ଆରମ୍ଭ ଓ ଶେଷ

1 min
244

ଆରମ୍ଭ ଓ ଶେଷ

ନିଜ ନିଜର କାହାଣୀ

ଆରମ୍ଭରେ ଉତ୍ସାହ ଉଦ୍ଦୀପନା

ଶେଷରେ ଦୁଃଖ ମ୍ରିୟମାଣ

ଆରମ୍ଭରେ ସୂର୍ଯ୍ୟୋଦୟ,ଆଶା ର ସମ୍ଭାର

ଶେଷରେ ସନ୍ଧ୍ୟା ଓ ରାତିର କାହାଣୀ

ସମଗ୍ର ଦିନର କ୍ଷତି ପୂରଣ।


ପିଲାଦିନ ର କାହାଣୀ ବି ନିଜସ୍ଵ

ଆରମ୍ଭରୁ ଚିନ୍ତାମୁକ୍ତ ହସ ଖୁସି ଖେଳ

ଖେଳ ଖେଳରେ ବିତୁଛି ସମୟ

ଶେଷରେ ବୃଦ୍ଧାବସ୍ଥା

ଖେଳିବାର ନାହିଁ,ଗୋଡ ହାତ ଅଚଳ

ଯନ୍ତ୍ରଣା ହଁ ଯନ୍ତ୍ରଣା।


ଛାତ୍ର ଜୀବନ ଆରମ୍ଭରୁ 

କଠିନ ପରିଶ୍ରମ,ଅଧ୍ୟବସାୟ

କଠିନ ପରିଶ୍ରମ ପରେ ଫଳାଫଳ

ଆରମ୍ଭରୁ ଭଲ ପଦକ୍ଷେପ

ଶେଷରେ ଭଲ ପଦ ପ୍ରାପ୍ତି।


ଜୀବନରେ ଭଲ ଆଚରଣ

ଜୀବନର ମୂଲ୍ୟବୋଧ

ପିଲା ଦିନରୁ ଅନ୍ତର୍ଭୁକ୍ତ ହିଁ ସଂସ୍କାର

ଆରମ୍ଭରୁ ସଂସ୍କାର ଜ୍ଞାନ ଆହରଣ

ଶେଷରେ ଭଲ ନାଗରିକ ଓ ସଂସ୍କାରୀ ।


ଭଲରେ ଆରମ୍ଭ,ଶେଷକୁ ଖୁସିର ଅପେକ୍ଷା

ଶେଷ ବି ଚାହେଁ ଆରମ୍ଭ ଭଲରେ ହେଉ

ଆରମ୍ଭ ଭଲରେ ହେଲେ ,ଶେଷ ବି ଭଲରେ

ଆରମ୍ଭ ଶେଷ ଓ ଶେଷ ଆରମ୍ଭ

ଭଲଭାବେ ବୁଝିବାକୁ ହେବ ଆରମ୍ଭ ଓ ଶେଷ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract