STORYMIRROR

Amrita Dash

Abstract

3  

Amrita Dash

Abstract

ବର୍ଷା ଛାଡ଼ିଗଲା ପରେ

ବର୍ଷା ଛାଡ଼ିଗଲା ପରେ

1 min
148


ବର୍ଷା ଛାଡ଼ିଗଲା ପରେ

ଭିଜାମାଟିର ବାସ୍ନାରେ ହେବାକୁ

ଚାହେଁ ମୁଁ ମତୁଆଲା

କିନ୍ତୁ ନା, ମୁଁ ପାରେନା

ମନେ ପଡ଼ିଯାଏ ଏଇ ବର୍ଷାରେ 

କେତେ ଉଦରେ ପଡ଼ି ଯାଇଥିବ ତାଲା ll


ବର୍ଷା ଛାଡ଼ିଗଲା ପରେ

ଓଦା ଘାସର ଭିଡ଼କୁ ଆଡେଇ

ଆଗକୁ ଚାଲୁଥିବା

ଲାଲ ଟୁକୁଟୁକୁ ସାଧବ ବୋହୂଙ୍କୁ

ଚାହେଁ ମୁଁ ଦେଖିବାକୁ

କିନ୍ତୁ ନା, ମୁଁ ପାରେନା

ଆଖି ଆଗରେ ନାଚି ଯାଏ

ମୁଠାଏ ଆହାରର ଅପେକ୍ଷାରେ ବସିଥିବା

କେଇ ଯୋଡ଼ା ନିରୀହ ଆଖି ଓ

କିଛି ଉଦାସୀ ଚେହେରା ll


ବର୍ଷା ଛାଡ଼ିଗଲା ପରେ

ଇନ୍ଦ୍ରଧନୁର ସାତ ରଙ୍ଗେ

ରଙ୍ଗେଇ ହୋଇଥିବା

ଆକାଶ ଦେହରୁ କିଛି ରଙ୍ଗ ଆଣି

ଚାହେଁ ମୁଁ ନିଜ ଦେହେ ମାଖିବାକୁ

କିନ୍ତୁ ନା, ମୁଁ ପାରେନା

ଛିଣ୍ଡା ପଲିଥିନର ଭଙ୍ଗା ଘରକୁ

ସଜାଡି ସଜାଡି

ଥକି ପଡ଼ୁଥିବା ଅଜଣା ହାତ

ଦୁଇଟି ଭିଡ଼ି ଧରେ ମୋ ହାତକୁ ll


କିଏ କହିଲା ବର୍ଷା ଛାଡ଼ିଗଲା ପରେ

ପରିବେଶ ଲାଗେ ଶାନ୍ତ ନିର୍ମଳ...??

ମୁଁ କହୁଛି ବୁଲି ଆସ ଥରେ ସହର

ତଳି ବସ୍ତି ଅଞ୍ଚଳକୁ

ଦେଖି ଆସ ଥରେ ସେ ବତୁରି

ଯାଇଥିବା ଚୁଲିକୁ


ଶୁଣି ଆସ ଥରେ ସେ ଭୋକିଲା

ଉଦରର ଚିତ୍କାରକୁ

ଦେଖ ତୁମେ ବି କହିବ

ବର୍ଷା ଛାଡ଼ିଗଲା ପରେ ସତରେ

ଜୀବନଟା ହୋଇଯାଏ ଅଧିକ ଯାତନାମୟ

ଆରମ୍ଭ ହୁଏ ଯନ୍ତ୍ରଣାର ଏକ ନୂତନ ଅଧ୍ୟାୟ

ଅକଥନୀୟ ବେଦନା ସେ ସଦା ଅବର୍ଣ୍ଣନୀୟ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract