STORYMIRROR

Amrita Dash

Romance

4  

Amrita Dash

Romance

ମୁଁ ନିଜର ହେବାକୁ ଚାହେଁ

ମୁଁ ନିଜର ହେବାକୁ ଚାହେଁ

1 min
255

ମୁଁ ଗୋଲାପ ପରି ସୁନ୍ଦର ନୁହେଁ

    ଗଙ୍ଗସିଉଳି ପରି ଝଡି ଯିବାକୁ ଚାହେଁ ।।


ମୁଁ ଶୁଆ ପରି କଥା କହିବାକୁ ନୁହେଁ

    ପ୍ରଜାପତି ପରି ଉଡ଼ି ବୁଲିବାକୁ ଚାହେଁ ।।


ମୁଁ ଗଙ୍ଗା ପରି ପବିତ୍ର ନୁହେଁ

    ସରସ୍ଵତୀ ପରି ବିଲୁପ୍ତ ହେବାକୁ ଚାହେଁ ।।


ମୁଁ ନୀଳ ସାଗର ପରି ବିସ୍ତାରିତ ନୁହେଁ

    ଝରଣା ପରି କୁଳୁ କୁଳୁ ନାଦେ ଝରିବାକୁ ଚାହେଁ ।।


ମୁଁ ସକାଳର ସୂର୍ଯ୍ୟ ପରି ତେଜୀୟାନ ନୁହେଁ

    ଅସ୍ତଗାମି ରବି ପରି ଲେଲିହାନ ହେବାକୁ ଚାହେଁ ।।


ମୁଁ ପୂର୍ଣ୍ଣମୀର ଚାନ୍ଦ ପରି ସଂପୂର୍ଣ୍ଣ ନୁହେଁ

     ଅମାବାସ୍ୟାର ରାତ୍ରୀ ପରି ଅଦୃଶ୍ୟ ହେବାକୁ ଚାହେଁ।।


ମୁଁ ଯୁଇ ଜାଇ ହେନା ପରି ସୁବାସିତ ନୁହେଁ

      ପଳାଶ ପରି ବାସହୀନ ହେବାକୁ ଚାହେଁ ।।


ମୁଁ ଶାମୁକାର ମୋତି ପରି ଦୁର୍ମୂଲ୍ୟ ନୁହେଁ

  ନଈପଠାର ବାଲିଗରଡା ପରି ମୂଲ୍ୟହୀନ ହେବାକୁ ଚାହେଁ ।।


ମୁଁ ମୁକ୍ତ ଆକାଶର ବିହଙ୍ଗ ପରି ସ୍ୱାଧୀନ ନୁହେଁ

     ତୁମ ହୃଦୟ ପଞ୍ଜୁରୀରେ ବନ୍ଦିନୀ ହେବାକୁ ଚାହେଁ ।।


ମୁଁ ସୁଖ ର ବନ୍ଧୁ ନୁହେଁ

    ଦୁଃଖ ର ସାଥି ହେବାକୁ ଚାହେଁ ।।


ମୁଁ ଆପଣାର ନୁହେଁ

    ନିଜର ହେବାକୁ ଚାହେଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance