Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

3  

Lata Behera

Abstract

ରଜ ମଉଜ

ରଜ ମଉଜ

1 min
168



କେତେ ଖୁସି ନେଇ ରଜ ସଜବାଜ

      ହେଉଥିଲା କୁନି ଝିଅ

ମମତାମୟୀ ତା ମାଆକୁ ନ ଦେଖି

      ଛୁଟୁ ଥିଲା ଲୁହ ସୁଅ ।


ବଡ ବାପା ଆସି ବୋଇଲେ କାହିଁକି 

    କାନ୍ଦୁଛୁ ମୋ ଗେହ୍ଲୀ ରାଣୀ

କେଉଁ କଥା ତୋର ଊଣା ପଡିଗଲା

    ଦେଲେନି କି କେହି ଆଣି ।


ଜାବୁଡି କି ଧରି କାନ୍ଦି ଦିବ୍ୟାଶିରୀ

     ଠାରି ଘର ଦେଖାଇଲା

ପର ପୁରୁଷ ସାଥେ ବୋହୂ ଦେଖି ବଡ

     ବାପା ତା ତଟସ୍ଥ ହେଲା ।


ଫୋନ୍ କରିଣ ଖରାରେ ଖରାରେ

     ବାପାକୁ ତା ଡକାଇଲେ

ଦିନ ଦ୍ବିପହରେ ବିଧବା ଝିଅର

    କାରାନାମା ଦେଖାଇଲେ ।


ଯେତେ ବୁଝାଇଲେ ବୁଝିଲାନି ସିଏ

    ଜିଦ୍ ରେ ଅଟଳ ହେଲା

କୁନି ଝିଅ ତାର ମାଆ ମାଆ ଡାକି

    ଜାବୁଡି ଧରି କାନ୍ଦିଲା ।


ଠେଲି ଦେଲା କୁନି ଝିଅକୁ ସିଏ

     ବବା ପାଦେ ପଡି ଗଲା

ଧାଇଁ ଆସି ବଡ ଭାଇଟି ତାହାର

     ଶକ୍ତ ଚାପୁଡା ମାରିଲା ।


ରଜ ଭାର ନେଇ ଭଉଣୀ ଘରକୁ

     ଆସି ଦେଇ ଥିଲା ସିଏ

ସେ ଭଉଣୀ ଆଜି ମହତ ନ ରଖି

     ନିନ୍ଦାରେ ଡୁବେଇ ଦିଏ ।


ଯେତେ ବୁଝେଇଲେ କାହାରି କଥାକୁ 

     କଲା ନାହିଁ କର୍ଣ୍ଣପାତ 

ପ୍ରେମ ପାଗେଳୀ ସେ ଏମିତି ଗୋଟିଏ

    ଭୁଲିଲା ମାନ ମହତ ।


ବେଖାତିର କରି ସମସ୍ତଙ୍କୁ ସିଏ

    ପାଦ ଆଗେ ବଢାଇଲା

ପ୍ରେମିକ ହାତକୁ ଜାବୁଡି ଧରି ସେ

     ଘରୁ ବାହାର ହୋଇଲା ।


ଘରର ଇଝତ ବଞ୍ଚେଇବା ପାଇଁ 

      ମିଳିତ ନିଷ୍ପତ୍ତି ନେଲେ

ଥାନାରେ ଜଣେଇ ମନ୍ଦିରରେ ଯାଇ

     ବିବାହ ସେ କରି ଦେଲେ ।


ଏମିତି ବିକଳେ କାନ୍ଦୁ ଥାଏ ଝିଅ

    ପୁଅ ତା ବେହୋସ ହେଲା 

ହସିଲା ସଂସାର ଲୁହର ଭିଜିଲା

     ନା ମାଆ ତାର ଫେରିଲା ।


ଝିଅକୁ ଫୋପାଡି ନୂତନ ସ୍ବାମୀର

    ହାତ ଧରି ଚାଲି ଗଲା

ରଜ ସଜବାଜ ରଜର ମଉଜ

    ଆଖି ଲୁହେ ଭିଜି ଗଲା ।


ଆଖିର ଲୁହର ଛାତିର କୋହରେ

    ଯନ୍ତ୍ରଣା ନିଆଁରେ ଆଜି

ରଜ ସଜବାଜ ରଜର ମଉଜ 

    ଆପେ ଯାଇଥିଲା ହଜି l


Rate this content
Log in

Similar oriya poem from Abstract