STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ନୂଆ ଏ ଭାରତ

ନୂଆ ଏ ଭାରତ

1 min
152


ନୂଆ ଭାରତରେ  ‌‌    ସବୁ ନୂଆ ନୂଆ 

ସବୁତ ଦିଶେ ସୁନ୍ଦର

ସୃଷ୍ଟିକର୍ତ୍ତାଙ୍କର       ନଜର ପଡିଛି

ଦେଶ ଟି ଆତ୍ମନିର୍ଭର !!


ନୂଆ ଭାରତରେ

ନୂଆ ନୂଆ କ୍ରୀତି     କରନ୍ତି ରଚନା

ଯୁବା ଓ ଯୁବତୀ ଆଜି

ସମୟ ଉଚିତ     ଅମୃତ ଏ କାଳ

ମାରନ୍ତି ବିଶ୍ବରେ ବାଜି !!


ନୂଆ ଭାରତରେ

ଅହିଂସା ଶାନ୍ତିର    ମନ୍ତ୍ର ଗୁଞ୍ଜୁ ଅଛି

 ଏକତ୍ରିତ ସତ୍ୟବାଦୀ

କରିବେ ଉନ୍ନତ   ରାଷ୍ଟ୍ର କୁ ଅପର

 ନ ଥିବ ଟି ଜାତିବାଦୀ !!


ନୂଆ ଭାରତରେ

ସମଭାବ ପ୍ରୀତି   ମନ୍ତ୍ର ସମଭାବ

 ଶାସନ ବ୍ୟବସ୍ଥା ଯାର

ସଂସ୍କୃତି ସଂସ୍କାରେ ‌ ରାଷ୍ଟ୍ରରଶାସନ

ଗୌରବ ହୁଏ ରାଷ୍ଟ୍ରର !!


ନୂଆ ଭାରତରେ

ଅନୁଭବ ଏବେ  ରାମରାଜ୍ୟ ପରି

 ଶାସ୍ତ୍ର ଜ୍ଞାନ ବଳୁ ହୁଏ

ମହାତ୍ମା ଗାନ୍ଧୀଙ୍କ ସାକର ସପନ

ଉନ୍ନତି ର ଗୀତି ଗାଏ !!


ନୂଆ ଭାରତରେ

ଗୌରବ ର ଗୀତି ଗାଉଛି ବ୍ରହ୍ମାଣ୍ଡ

ସୁବର୍ଣ୍ଣ କାଳ ଆସିଛି 

ପରିବର୍ତ୍ତନ ଟି  ନୂଆ ନୂଆ ବିଶ୍ବେ

     ଭାରତ ଶକ୍ତି ଗୁଞ୍ଜୁଛି !!


ନୂଆ ଭାରତରେ

ମାନ୍ୟତା ଯାହାର ବିଶ୍ବ ଗୁରୁ ପରି

ଭାରତ ଶିକ୍ଷା ଦେଉଛି 

ରାଷ୍ଟ୍ରପ୍ରୀତିପ୍ରେମ ଜନଜନ ସେବା

କର୍ତ୍ତବ୍ୟେ ତାହା କହୁଛି !!


ନୂଆ ଭାରତରେ

ଜନ୍ମ କୃଷ୍ଣ ରାମ ଭାରତ ଭୂମିରେ 

ଧର୍ମ ସନାତନ ଯାର

ଶାନ୍ତି ତ୍ୟାଗ ପ୍ରେମ ଯାର ମୂଳ ମନ୍ତ୍ର 

ବିଶ୍ଵ ପରା ପରିବାର !!

ନୂଆ ଭାରତରେ




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract