STORYMIRROR

Pratima Satpathy

Abstract

3  

Pratima Satpathy

Abstract

ବର୍ଷାର ସ୍ମୃତି ଅନୁଭୂତି

ବର୍ଷାର ସ୍ମୃତି ଅନୁଭୂତି

1 min
191


ବରଷା ଆସିଲେ ବିରହୀ ପ୍ରାଣରେ

    ଜାଗି ଉଠଇ କମ୍ପନ

ଏ ବର୍ଷା ରାତିରେ ପାଶରେ ନାହାନ୍ତି

     ପ୍ରାଣ ପ୍ରିୟ ପ୍ରିୟତମ.

ଝରକା ଫାଙ୍କରେ ବିନ୍ଦୁ ବିନ୍ଦୁ ବର୍ଷା

    ଦେହରେ ଯେବେ ପଡଇ

ପ୍ରିୟତମ କଥା ମନେ ପଡ଼ିଯାଏ

    ଆଖିରୁ ନୀର ଗଡଇ.

ଆକାଶରେ କଳା ମେଘକୁ ଦେଖିଲେ

    ଶିହରଣ ଖେଳିଯାଏ

ମେଘର କୋଳରେ ଦାମିନୀକୁ ଦେଖି

    ମନେ ମନେ ଇର୍ଷା ହୁଏ.

କାନ୍ତ ଥିଲେ ପାଶେ ଏହିପରି ମୋତେ

     କୋଳରେ ଥାନ୍ତେ ଜଡ଼ାଇ

ଭିଡି ଧରିଥାନ୍ତେ ଅତି ଆଦରରେ

    ଯାଆନ୍ତି ମୁଁ ମୁଗ୍ଧ ହୋଇ.

କାହିଁକି ବରଷା ଆସିଅଛୁ ତୁହି

   ଯାତନା ମୋ ଦେଖିବାକୁ

ମୋ ମନର କଥା କହିଦେ ତୁ ଯାଇଁ

     ମୋହର ପ୍ରାଣ ଧନକୁ.

ଆସିବେ ଘରକୁ ଛୁଟି ନେଇକରି

    ଦେଖିବି ତାଙ୍କ ବଦନ

ବରଷାରେ ଭିଜି ପ୍ରେମରେ ହଜିବି

    ପୂର୍ଣ୍ଣ ହେବ ମନସ୍କାମ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract