STORYMIRROR

Pratima Satpathy

Abstract

3  

Pratima Satpathy

Abstract

ବର୍ଷା

ବର୍ଷା

1 min
175


ବାରିଦରେ ମୋତେ ନେଇଯାଆ ସାଥେ

     ଦେଖାଇବୁ ମୋ ପ୍ରିୟକୁ

ଯେଉଁ ଦେଶେ ରହିଛନ୍ତି ଧନ ମୋର 

     ଯିବୁ ତୁହି ସେହିଠାକୁ.

କିପରି ଅଛନ୍ତି ପଚାରି ବୁଝିବୁ 

    ତାଙ୍କ ଭଲ ମନ୍ଦ କଥା

ମୋର କଥା ଭାବୁଛନ୍ତି କି ନାହିଁରେ

    ଦେବୁ ଆସିରେ ବାରତା.

ହରାଇ ତାହାଙ୍କୁ ଭୋଗୁଛି ଯାତନା

     ହୋଇଛି ମୁଁ ପାଗଳିନୀ

ଦୟାକରି ମୋର ଦୁଃଖ ଜଣାଇବୁ

    ଏତିକି ମୋର ଦୟିନୀ.

ଯଦି ମୋତେ ତୁହି ନେଇଯିବୁ ସଙ୍ଗେ

    ଅରଜିବୁ ବହୁ ପୁଣ୍ୟ

ଦୁଇ ପ୍ରେମୀ ଯୁଗଳର ମିଳନରେ 

    ଆନନ୍ଦିତ ମନ ପ୍ରାଣ.

ଆରେ ବାରିବାହ ନ ହୁଅ ନିର୍ଦ୍ଦୟ

    ଶୁଣ ବାରେ ମୋର କଥା

ସାଙ୍ଗରେ ନନେଲେ ମୋ ପ୍ରିୟ ପାଶରେ 

   ଦେଏ ରେ ମୋର ବାରତା.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract